oom

ପିଲା, ଶିକ୍ଷକ ତାଲିମ୍ ଶିବିର ପୋଡ଼ମପେଟାରେ ଉଦ୍‌ଯାପିତ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ପୋଡ଼ମପେଟା ଓଡ଼ିଆର୍‌ପି କଲୋନୀରେ ଦୁଇ ଦିନିଆ ପିଲା ଶିକ୍ଷକ ତାଲିମ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି । ଭିୟୁଷ ଅନୁଷ୍ଠାନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୁବ ସମାଜସେବୀ ତଥା ଅନୁଷ୍ଠାନର କୋଡିନେଟର ଜେ. ଟିଟୁ ସଭାପତିତ୍ୱରେ କାର୍ଯ୍ୟକ୍ରମ କରିଥିଲେ । ଓଡିଶା ସମ୍ବାଦିକ ସଙ୍ଘ ମହିଳା ଆବାହିକା ଅତିଥିଭାବେ ସୁଶ୍ରୀ ବିଜୟଲକ୍ଷ୍ମୀ ମହାଙ୍କୁଡ଼, ଓଡିଶା ସମ୍ବାଦିକ ସଂଘର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରା, ସ୍ଥାନୀୟ ଶିକ୍ଷାବିତ୍‌ ଶେଷଦେବ ବେହେରା, ପ୍ରଶିକ୍ଷିକା ସିଏଚତ ପଦ୍ମିନୀ ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ପିଲାଟି ଶିକ୍ଷକ ତାଲିମ ପିଲାମାନଙ୍କୁ କିପରି ଦେଇ ପାରିବ ସେ ସମ୍ପର୍କରେ ପରାମର୍ଷ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ୍ୱ ନେଇ ଅନ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦେବାର ଦକ୍ଷତାକୁ ପ୍ରତିପାଦିତ କରି ଦଳଗତ ଆଲୋଚନା ମାଧ୍ୟମରେ ଶିକ୍ଷାର ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ନାଏବ ସରପଞ୍ଚ ସମ୍ମାନିତ ଅତିଥିଭାବେ ବି. ଆଡିଆମ୍ମା ମଞ୍ଚାସୀନ ରହିଥିଲେ । ଏଥିରେ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.