oom

ଯମୁନା, ବନବାହାଲ, ବାରବନ୍ଧ ଗ୍ରାମ ସମେତ ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମର ଚନ୍ଦନଯାତ୍ରା ମହୋତ୍ସବ ଉଦ୍‌ଯାପିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଯମୁନା ଓ ବନବାହାଲ ଗ୍ରାମରେ ଦୀର୍ଘ ପାଞ୍ଚ ଦିନ ଧରି ଚାଲିଥିବା ଦ୍ଵିତୀୟ ବର୍ଷ ଚନ୍ଦନ ଯାତ୍ରା ମହୋତ୍ସବ ଗୁରୁବାର ଚନ୍ଦନ ପୂର୍ଣ୍ଣିମା ତଥା ବୁଦ୍ଧ ପୂର୍ଣ୍ଣିମାରେ ଉଦ୍‌ଯାପିତ ହେବା ସହ ବୈଶାଖ ବ୍ରତ ସମାପ୍ତ ହୋଇଯାଇଛି । ଏହି ମହୋତ୍ସବରେ ପ୍ରତିଦିନ ମହାଭାରତର ବିରାଟ ପର୍ବ ପୁରାଣ ପଠନ, ନାବକେଳି ସାଙ୍ଗକୁ ପ୍ରତିଦିନ ରାତିରେ ଗୁପ୍ତବନବାସ, କିଚକ ବଧ, ଗୋଧନ ହରଣ, ଅଭିମନ୍ୟୁ – ଉତ୍ତରାବାଲି ବିବାହ ପ୍ରଭୃତି ବିରାଟ ପର୍ବର ପୌରାଣିକ ନାଟକ ଗୁଡ଼ିକ ମଞ୍ଚସ୍ଥ ହୋଇଥିଲା । ଯମୁନା ଗ୍ରାମରେ ଗାନ୍ଧୀଲାଲ ମହାକୁର ଓ ତାଙ୍କ ଧର୍ମପତ୍ନୀ ସୌରୀ ମହାକୁର କର୍ତ୍ତା, ଦୁର୍ଯ୍ୟୋଧନ ପାଣିଗ୍ରାହୀ ଓ ବ୍ରଜମୋହନ ଥନାପତି ପୂଜକ ଦାୟିତ୍ଵରେ ଥିଲେ । ଆୟୋଜକ ଯମୁନା ଗ୍ରାମର ହୃଦାନନ୍ଦ କର୍ଣ୍ଣ, ସୁଶୀଲ ମେର୍ଲି, ବ୍ରଜମୋହନ ମହାକୁର, ମଲିଆ ପଧାନ, ମାର୍କଣ୍ଡ ମହାକୁର, ପରମାନନ୍ଦ ମହାକୁର, ଉଦ୍ରାଧର ମହାକୁର, ନଟବର ମେର୍ଲି, ଦେବେନ୍ଦ୍ର ପଧାନ, ଜେହେରୁ ମହାକୁର, ମଧୁସୂଦନ କର୍ମୀ, ବୁଡୁ ଡ଼ାଙ୍ଗ, ବିଶ୍ୱାମିତ୍ର ଜାଲ, ସୁରେଶ ପଧାନ, ସଙ୍କୀର୍ତ୍ତନ୍ୟ କର୍ମୀ, ଦିଲ୍ଲୀପ କର୍ଣ୍ଣଙ୍କ ସହ ସମସ୍ତ ଯମୁନା ଗ୍ରାମବାସୀ ଓ ଶ୍ରଦ୍ଧାଳୁ ମହିଳାମାନେ ସମ୍ପୂର୍ଣ୍ଣ ସହଯୋଗ କରୁଥିଲେ । ସେହିପରି ବନବାହାଲ ଗ୍ରାମରେ ରଘୁନାଥ ବେହେରା ଓ ତାଙ୍କ ଧର୍ମପତ୍ନୀ ଚଞ୍ଚଳା ବେହେରା କର୍ତ୍ତା, ଗୁଣନିଧି ପାଣିଗ୍ରାହୀ ଓ ସଦାଶିବ ଦାସ ପୂଜକ ଦାୟିତ୍ଵରେ ଥିଲେ । ଆୟୋଜକ ପୂଜା କମିଟି ସଭାପତି ସୁଧୀର ବେହେରା, ଉପସଭାପତି ଗୋପବନ୍ଧୁ ଭୋଇ, ସମ୍ପାଦକ ସୁରେଶ ଧରୁଆ ଓ କୋଷାଧ୍ୟକ୍ଷ ପରମାନନ୍ଦ କୁଅଁରଙ୍କ ସହ ଶ୍ରଦ୍ଧାଳୁ ମହିଳା ଓ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରୁଥିଲେ । ମୁରିବାହାଲ ଷ୍ଟେସନ୍‌ପଡାରେ ଅନୁଷ୍ଠିତ ତୃତୀୟ ବର୍ଷ ଚନ୍ଦନ ଯାତ୍ରାରେ ଦନାର ସାହୁ ଓ ତାଙ୍କ ଧର୍ମପତ୍ନୀ ଅହଲ୍ୟା ସାହୁ କର୍ତ୍ତା ଓ ସଞ୍ଜୀବ ଯୋଶୀ ପୂଜକ ଦାୟିତ୍ୱ ନିର୍ବାହ କରିଥିଲେ । ସେହିପରି ଗୁଡିଘାଟ ପଞ୍ଚାୟତ ବାରବନ୍ଧ ଗ୍ରାମରେ ନରେନ୍ଦ୍ର ନାଏକ ଓ ତାଙ୍କ ଧର୍ମପତ୍ନୀ ମେନକା ନାଏକ କର୍ତ୍ତା, ଘାସିରାମ ପାଣିଗ୍ରାହୀ ପୂଜକ ଦାୟିତ୍ଵରେ ଥିବା ବେଳେ ଆୟୋଜକ କମିଟିର ବଳବନ୍ତ ଭୋଇ, ଦେବାର୍ଚ୍ଚନ ନାଏକ, ଦୁର୍ବାସା ସାହୁ, ଲୋକନାଥ ବଘାର, ଅଭି ଖର୍ସେଲ, ଗିରିଧାରୀ ସାହୁଙ୍କ ସମେତ ସମସ୍ତ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରୁଥିଲେ । ସେହିପରି ବ୍ଲକ ଅଞ୍ଚଳର ଅନ୍ୟାନ୍ୟ ଗ୍ରାମରେ ଅନୁଷ୍ଠିତ ହେଉଥିବା ଚନ୍ଦନ ଯାତ୍ରା ମହୋତ୍ସବ ମଧ୍ୟ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି ।

jittmm
Leave A Reply

Your email address will not be published.