oom

କିଶାନ ବ୍ରଦର୍ସ ଫୁଟବଲ କପ ଉଦ୍‌ଯାପିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ଗ୍ରାମ ପଞ୍ଚାୟତର ସାରସପିଟା ଗ୍ରାମରେ ଏକ ପାଂଚ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୧୨ ଗୋଟି ଦଳ ଯଥା- ବାରପୁଡୁଗିଆ, ବାନ୍ଧନଘୋର, ଗେର୍ଡି, ଭାଲୁପିଟା, ଫୌଜି କ୍ଲବ, ସୁନାମୁଦି, ଚାଣ୍ଟିମୁଣ୍ଡା, ବରଗାଁ, ବଘାପାଲି, ରାମଚନ୍ଦ୍ରପୁର, କୁସମେଲ, ସାରସପିଟା ଦଳ ଅଂଶଗ୍ରହଣ କରିଥିଲେ । ଯୁବନେତା ସମରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖେଳାଳି, ଦର୍ଶକ ତଥା ଆୟୋଜକ ବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ଓକିଲ ନିଳାଦ୍ରୀ ବିହାରୀ ମିଶ୍ର, ସରୋଜ ରଥ, ଗୌନ୍ତିଆ ଦୁର୍ଯ୍ୟୋଧନ ଧରୁଆ, ପୂର୍ବତନ ସରପଂଚ ତ୍ରିନାଥ ନନ୍ଦ, ସନ୍ତୋଷ ସାହୁ, ପ୍ରମୋଦ କର୍ମୀ, ଗୋବର୍ଦ୍ଧନ କର୍ମୀ, ସଦାନନ୍ଦ ମହଲା, ସାମାଜିକ କର୍ମୀ ଜୟକୃଷ୍ଣ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଫାଇନାଲ ଖେଳରେ ଏସ୍‌ଏସ୍‌ପି ବାରପୁଡୁଗିଆ ଦଳ ୨-୦ ଗୋଲରେ ବରଗାଁକୁ ହରାଇ ଚମ୍ପିୟାନ ହୋଇଥିଲେ । ରେଫରି ପୁରୁଷୋତ୍ତମ ବୁଡେକ, ରିଙ୍କୁ କବାଟ, ମିଥୁନ ବିଶ୍ୱାଲ, ମନୋଜ ବେହେରା ଖେଳ ପରିଚାଳନା କରିଥିଲେ । କିଶାନ ବ୍ରଦର୍ସ ଆଥେଲେଟିକ୍‌ ଆସୋସିଏସନ୍‌ର ସଭାପତି ବେଦବ୍ୟାସ ଭୋଇ ଏବଂ ସମସ୍ତ ସଦସ୍ୟ ନରେନ୍ଦ୍ର ଉଦୁରକୁଲିଆ, ଚୌଧୁରୀ କହଣ୍ଡା, ସୁଶିଲ ଧରୁଆ, ଲବ ନାଗ, ସଂଜୟ ନାଏକ, ସର୍ଜନ ବାଗ, ନରୋତ୍ତମ ଧରୁଆ, ସୁଶାନ୍ତ ଧରୁଆ, ମୁନା କଅଁର, ମୁନା ଭୋଇ, ପ୍ରମୋଦ ଭୋଇ, କୃଷ୍ଣ ଭୋଇ, ଜିତେନ୍ଦ୍ର ବାଗ, ପ୍ରମୋଦ କୁଅଁର, ବେଦ କୁମାର ଭୋଇ ପ୍ରମୁଖ ଆୟୋଜନ କରିଥିଲେ ।

jittmm
Leave A Reply

Your email address will not be published.