ppurohit

ବଲାଙ୍ଗିର ଆୟୁର୍ବେଦ କଲେଜ ଓ ଡାକ୍ତରଖାନାରେ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଯାପିତ

2nd

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ଆୟୁର୍ବେଦ କଲେଜ ଓ ଚିକିତ୍ସାଳୟରେ ସର୍ବଭାରତୀୟ ସ୍ତରରେ ରୋଗ ନିଦାନ ବିଭାଗରେ ଏକ ୬ ଦିବସୀୟ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀଶ୍ରୀ ରବିଶଙ୍କର ବିଶ୍ୱ ବିଦ୍ୟାଳୟର ଆୟୁର୍ବେଦ ସଂଭାଗର ଡିନ ପ୍ରଫେସର ଡ. ପ୍ରଦୀପ ପଣ୍ଡା ଓ ସରକାରୀ ଆୟୁର୍ବେଦ କଲେଜର ଅଧ୍ୟକ୍ଷ ପ୍ରଫେସର ଡ. ଅରୁଣ କୁମାର ଦାସ, ଛତିଶଗଡ ଦୁର୍ଗ ଭାରତୀ ଆୟୁର୍ବେଦ ବିଦ୍ୟାପୀଠର ଅଧ୍ୟକ୍ଷ ପ୍ରଫେସର ଡ. ମାନସ ରଞ୍ଜନ ହୋତା, ଦ୍ରବ୍ୟଗୁଣ ବିଭାଗର ଡ. ଗୋପବନ୍ଧୁ ଆଚାର୍ଯ୍ୟ, ରୋଗ ନିଦାନ ବିକୃତି ବିଜ୍ଞାନ ବିଭାଗର ଡା. ଉକ୍ରଳିନୀ ନାୟକ ପ୍ରମୁଖ ଅତିଥି ଭାବରେ ମଂଚାସୀନ ଥିବା ବେଳେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଦ୍ରବ୍ୟଗୁଣ ବିଭାଗର ପ୍ରବକ୍ତା ଡା. ନିଗମାନନ୍ଦ ବଳ ଏବଂ ପଞ୍ଚକର୍ମ ବିଭାଗର ଡା. ବିଶ୍ୱଜିତ ଦାସ । ଶେଷରେ ଧନ୍ୟବାଦ ଦେଇଥିଲେ ରୋଗ ନିଦାଦ ବିଭାଗର ଅଧ୍ୟାପକ ଡା. ଭାଗ୍ୟରଂଜନ ଦାସ ।

Leave A Reply

Your email address will not be published.