oom

ସେମଲା ସେବାଶ୍ରମରେ ବାର୍ଷିକ କ୍ରୀଡ଼ା ଉଦ୍‌ଯାପିତ

jsmm

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ତୁରେକେଲା କ୍ଲଷ୍ଟରର ସେମଲା ସେବାଶ୍ରମରେ ଦୁଇଦିନ ଧରି ହୋଇଥିବା ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ସେବାଶ୍ରମର ପ୍ରଧାନ ଶିକ୍ଷକ ଭ୍ରମରବର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିରଞ୍ଚି ନାରାୟଣ ଦାଶ ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମୁଖ୍ୟ ଅତିଥି, ଧନସିଂ ମାଝୀ, ମାନ୍ଦଲା କ୍ଲଷ୍ଟର ସଂଯୋଜକ, ରଞ୍ଜନ ମାଝୀ, ସଭାପତି ବିଦ୍ୟାଳୟ ପରିଚାଳନା କମିଟି, ମଞ୍ଜୁଳା ମେହେର, ଅଙ୍ଗନୱାଡ଼ି କର୍ମୀ, ପବିତ୍ର ମେହେର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀମାନେ ହେଉଛନ୍ତି ବଗିଚାରେ ଫୁଟିଥିବା ବିଭିନ୍ନ ପ୍ରକାରର ଫୁଲ । ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଗୁଣ ଓ ପ୍ରତିଭା ଲୁଚି ରହିଛି । ଆମକୁ ତାହା ବାହାର କରିବାକୁ ପଡିବ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଖେଳକୁଦ ଜରୁରୀ ବୋଲି ମୁଖ୍ୟ ଅତିଥି ଶ୍ରୀ ଦାଶ ବକ୍ତବ୍ୟରେ କହିଥିଲେ । ମଞ୍ଚ ପରିଚାଳନା ବିଦ୍ୟାଳୟର ଶିକ୍ଷକ ମାନସ ରଞ୍ଜନ ଜାଲ ଓ ଧନ୍ୟବାଦ ଅର୍ପଣ ରାଜୀବ ଦାସ କରିଥିଲେ । ସର୍ବ ପ୍ରଥମେ ମଞ୍ଚରେ ବାଗଦେବୀ ଓ ଠକର ବାପାଙ୍କ ଫଟୋଚିତ୍ରକୁ ପୁଷ୍ପମାଲ୍ୟ ଓ ଧୂପଦୀପ ଦେଇ ପୂଜାର୍ଚ୍ଚନା କରାଯାଇଥିଲା । ଅତିଥିମାନଙ୍କର ଅଭିଭାଷଣ ପରେ ବିଭିନ୍ନ ଖେଳ ଯଥା ରସି ଡିଆଁ, ଦୌଡ, ବାଟି ଚାମଚ ଭଳି ଖେଳରେ ବିଜେତାମାନଙ୍କୁ ପ୍ରମାଣପତ୍ର ଓ ପଦକ ଦେଇ ପୁରସ୍କୃତ କରାଯାଇଥିଲା । ତାପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିକ୍ଷୟିତ୍ରୀ ଅନିତା ବାଗ, ୱାର୍ଡେନ ମମତା ମହାକୁଡ, ସୁଶୀଳା ଧରୁଆ, ମଞ୍ଚପତି ମେହେର, ଅଭିଭାବକ ଓ କମିଟିର ସଭ୍ୟସଭ୍ୟା ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.