ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ସର୍ବୋଦୟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବଲାଙ୍ଗିର ଜିଲ୍ଲାସ୍ତରୀୟ ୩୧ତମ ସ୍କାଉଟ ଗାଇଡ କେମ୍ପୋରୀର ଉଦ୍ଯାପନୀ ଦିବସ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ କେଶବ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଆଜିର ମୁଖ୍ୟ ଅତିଥି ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର, ଲୁହାସିଂହା ବିଦ୍ୟାଳୟର ଅଧ୍ୟକ୍ଷ ରାଧାକାନ୍ତ ସୁଆର, ଜିଲ୍ଲା ଶାରୀରିକ ଶିକ୍ଷାଅଧିକାରୀ ପ୍ରଦୀପ ପାତ୍ର, ପୂର୍ବତନ ଶାରୀରିକ ଶିକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବିଶ୍ଵାଳ, ସ୍କାଉଟ ଜିଲ୍ଲା ସାଂଗଠନିକ କମିଶନର ବିନୋଦ ମହାପାତ୍ର ତଥା ଗାଇଡ କମିଶନର ଜୟଶ୍ରୀ ପୋଢ଼, ଲୁହସିଂହା ସରପଞ୍ଚ ସିମାଞ୍ଚଳ ପୁରୋହିତ, କ୍ୟାମ୍ପ ସୁପରଭାଇଜର ନୀଳମଣି ପଟେଲ ପ୍ରମୁଖ ମଞ୍ଚାସୀନ ଥିଲେ । ସମସ୍ତ ସ୍କାଉଟ ଗାଇଡମାନେ ଲୁହାସିଂହା ବସ୍ତି ପରିକ୍ରମା କରିବା ସମୟରେ ସମସ୍ତ ସ୍କାଉଟ ଗାଇଡ଼ଙ୍କୁ ଗ୍ରାମବାସୀ କଳସ ବସାଇ ହୁଳହୁଳି ଦେଇ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ । କଳିଙ୍ଗ ଅଗ୍ରଗାମୀ କଳା ପରିଷଦ ପ୍ରାଙ୍ଗଣରେ ସ୍କାଉଟ ଗାଇଡ଼ଙ୍କ ଦ୍ୱାରା ବିଭିନ୍ନ ନୃତ୍ୟଗୀତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉଦ୍ଯାପନୀ ଉତ୍ସବରେ ବିଭିନ୍ନ ବିଭାଗରେ ଶ୍ରେଷ୍ଠତା ପ୍ରଦର୍ଶନ କରିଥିବା ସ୍କାଉଟ ଓ ଗାଇଡ଼ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସ୍କାଉଟ ଉପଦେଷ୍ଟା ନିଲାଞ୍ଚଳ ଚିର୍ଗୁନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନାନ୍ଦୁପଲା ଉନ୍ନୀତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବପ୍ରସାଦ ମେହେର, ଘୁନସର ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଐଶ୍ଵର୍ଯ୍ୟ ଶେଖର ଦେବତା, ନବରତ୍ନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ ଦାଶ, ବାଘମୁଣ୍ଡ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌରାଙ୍ଗ ଚରଣ ଦାସ, ଧଣ୍ଡାମୁଣ୍ଡା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଜେୟ ଭୋଇ, ଲାଠୋର ପ୍ରଧାନ ଶିକ୍ଷକ ସମ୍ବିତ ଭୋଇ, ଅଚ୍ୟୁତ ସାହୁ, ପ୍ରମୋଦ କୁମାର ନାଏକ, ମନୋଜ ଭୋଇ, ସୁଶିଲ ଭୋଇ, ଭାନପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାକାନ୍ତ ଖମାରୀ, ଫୁଳକିମୁଣ୍ଡା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ବେହେରା, ଗୋପୀନାଥ ସାହୁ, ନବକୃଷ୍ଣ ଦେବତା, ରୀତା ତ୍ରିପାଠୀ,କିଶୋର ପାତ୍ର, ବିନୟ ମହରା, କୁଞ୍ଜବିହାରୀ ସରାଫ, ସିଦ୍ଧାର୍ଥ ସଞ୍ଜୀବ ପାଣିଗ୍ରାହୀ, ଅଶ୍ଵିନୀ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
Prev Post