oom

ଲୋକକଳା ଉତ୍ସବ ଉ୍‌ଦଯାପିତ

jsmm

ଟିଟିଲାଗଡ଼, (କେପିଏନ୍‌ଏସ୍‌) : କଳା ସଂସ୍କୃତି ପରମ୍ପରାକୁ ନେଇ ପଶ୍ଚିମ ଓଡ଼ିଶା ବେଶ ପରିଚିତ । ରସର୍‌କେଲି, ମାଏଲାଜଡ଼, ଡାଲଖାଇ, ଘୁଡକା ନୃତ୍ୟ, ଘୁମୁରା ନୃତ୍ୟକୁ ନେଇ ଅନେକ କଳାକାର ମଞ୍ଚରେ ତାଙ୍କର କଳା ପରିବେଷଣ କରିଥାଆନ୍ତି । ତେବେ ଦୀର୍ଘ ବର୍ଷ ହେବ ଏହି କଳାସଂସ୍କୃତିକୁ ନେଇ ବଞ୍ଚେଇ ରଖିଛନ୍ତି ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କୁମ୍ଭାରୀ ଗାଁ ଜୟ ଜଗନ୍ନାଥ କଳା ପରିଷଦ ଅନୁଷ୍ଠାନ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନୂଆ ବର୍ଷକୁ ପାଳନ କରିବା ପାଇଁ ୩୧ ତାରିଖ ରାତିରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥାଏ । କଳାର ମାଟି କୁମ୍ଭାରୀ ଗାଁରେ ଲୋକକଳା ଉତ୍ସବ ଉଦ୍‌ଯାପିତ ହୋଇଥିବା ବେଳେ ଏହି ଅବସରରେ ସ୍ଥାନୀୟ ସରପଞ୍ଚ ଶୈଳେନ୍ଦ୍ରି କୁମ୍ଭାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସାମ୍ବାଦିକ ଅଜିତ କୁମାର ସାହୁଙ୍କ ସମେତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି କଳା ସଂସ୍କୃତିକୁ ଆଜି ବି ଏହି ଗ୍ରାମାଞ୍ଚଳରେ ବଞ୍ଚାଇ ରଖିଥିବା ଯୋଗୁଁ ଅନେକ କଳାକାର ଓ ଦର୍ଶକଙ୍କ ମଧ୍ୟରେ ବେଶ ଖୁସିର ମାହୋଲ ରହିଛି । ସମସ୍ତଙ୍କ ମଧ୍ୟରେ ଭାଇଚାରା ରହିବାର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଲୋକକଳା ଉତ୍ସବକୁ ବରଗଡ଼ର କଳାଜୀବୀ ଅନୁଷ୍ଠାନର ଲୋକଗୀତ ଗାୟିକା ପଦ୍ମଶ୍ରୀ ଖଟେଇ, ତୁଷୁରାର ଘୁଡୁକା ନୃତ୍ୟ ଏବଂ ଟିଟିଲାଗଡ଼ ଡ୍ୟାନ୍ସ ଗ୍ରୁପ ଦର୍ଶକଙ୍କ ମନକୁ ମୋହିଥିବା ବେଳେ ନାଚଗୀତରେ ଝୁମିଥିଲେ ଦର୍ଶକ । ନୂତନ ବର୍ଷକୁ ସ୍ୱାଗତ ଜଣାଇ କେକ୍‌ କାଟି ସେଲିବ୍ରେସନ ମଧ୍ୟ କରିଥିଲେ । ହଜାର ହଜାର ଦର୍ଶକଙ୍କ ଭିଡ଼ ଜମି ଥିବା ବେଳେ ଧୁମ୍‌ଧାମ୍‌ର ସହ ଏହି ଉତ୍ସବ ଉଦ୍‌ଯାପିତ ହୋଇଯାଇଛି ।

jittmm
Leave A Reply

Your email address will not be published.