ନୂଆ-ଓ ଖେଳ ପ୍ରତିଯୋଗିତା ଉଦ୍‌ଯାପିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆଠାରେ ନୂଆ-ଓ ଖେଳ ପ୍ରତିଯୋଗିତା ଉ୍‌ଦଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନିତ ଅତିଥି ପଞ୍ଚାୟତ ସମିତି ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓ ଯୋଗ ଦେଇ ଥିବା ବେଳେ ବିଡ଼ିଓ ସବ୍ୟସାଚୀ ବେହେରା ସଭାପତିତ୍ୱ କରିଥିଲେ । ଏହି ପ୍ରତିଯୋଗିତାରେ ବ୍ଲକ ଅଧୀନ ୧୯ ଗୋଟି ପଞ୍ଚାୟତରୁ ବିଭିନ୍ନ ଦଳ ଭାଗ ନେଇଥିଲେ । ଏଥିରେ କ୍ରିକେଟ୍, ଫୁଟବଲ(ପୁରୁଷ ଓ ମହିଳା), ଭଲିବଲ, କବାଡି(ପୁରୁଷ ଓ ମହିଳା), ଖୋ-ଖୋ(ପୁରୁଷ ଓ ମହିଳା) ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶେଷରେ ବିଜୟୀ ଦଳକୁ କପ୍‌ ସହ ୨୦ ହଜାର ଟଙ୍କା, ପରାଜିତ ଦଳକୁ କପ୍‌ ସହ ୧୫ ହଜାର ଟଙ୍କା ଏବଂ ରନର୍ସ -୧ ଦଳକୁ ୧୦ ହଜାର ଟଙ୍କା ଓ ରନର୍ସ -୨ ଦଳକୁ ୧୦ ହଜାର ଟଙ୍କା ଦେଇ ପୁରସ୍କୃତ କରଯାଇଥିଲା । ଯୁବ ଓଡ଼ିଶା ନବୀନ ଓଡ଼ିଶାର ସଭାପତି ସତ୍ୟନାରାୟଣ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ପଧାନ, ଏଇଇ ବଲ୍‌ବିନ୍ଦର ସିଂ ଯାଦବ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ୟାମସୁନ୍ଦର ନାଏକ, ଯୋଗାଣ ଅଧିକାରୀ ଶାନ୍ତାକାର ପଧାନ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କୁଳମଣି ସିଂ ରାୟ , ସମାଜ ସେବୀ ଗୋବିନ୍ଦ ଶତପଥୀ, ବିକାଶରଞ୍ଜନ ସିଂହଦେଓ, ରାକେଶ ଶତପଥି, ଭବାନୀ ସାହୁ, ରଶ୍ମିରଂଜନ ପ୍ରହରାଜ, ପ୍ରଦୀପ ପାଣିଗ୍ରାହୀ, ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ବିଭିନ୍ନ ବିଦ୍ୟାଳୟର ଖେଳ ଶିକ୍ଷକମାନେ ଖେଳ ପରିଚାଳନା କରିଥିଲେ ।

Leave A Reply

Your email address will not be published.