jayashree

ମୁରିବାହାଲ ବ୍ଲକ ପତ୍ରାପାଲି(କ) ଗ୍ରାମରେ ଦୁଇ ଦିବସୀୟ ମେଗା ଚକ୍ଷୁ ପରୀକ୍ଷା ଶିବିର ଉଦ୍‌ଯାପିତ

ଟିଟିଲାଗଡ/ମୁରିବାହାଲ, (ସଞ୍ଜୟ କୁମାର ନାୟକ) : ମୁରିବାହାଲ ବ୍ଲକ ପତ୍ରାପାଲି(କ) ଗ୍ରାମରେ ଦୁଇ ଦିନିଆ ମେଗା ଚକ୍ଷୁ ଶିବିର ଆୟୋଜିତ ହୋଇଯାଇଛି । ଉକ୍ତ ଶିବିରର ଆୟୋଜକ ହଂସରାଜ ଜୈନ ସଦସ୍ୟ ଡବ୍ଲୁଓଡିସି, ପୂର୍ବତନ ଅଧ୍ୟକ୍ଷ, ରାଜ୍ୟ ସମ୍ପାଦକ ବିଜେଡି ଓଡିଶା ପ୍ରଦେଶଙ୍କ ଉଦ୍ୟମରେ ଏବଂ ବିଜୁ ଜନତା ଦଳ କଣ୍ଟାବାଞ୍ଜି ଓ ଜୟ ପ୍ରକାଶ ଚେରିଟେବୁଲ ଟ୍ରଷ୍ଟ (ଜୟପ୍ରକାଶ ହସ୍ପିଟାଲ)ଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ଅନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି ପତ୍ରାପାଲି(କ) ସରପଞ୍ଚ ରାଧେକୃଷ୍ଣ ଦୀପ ।

ଉକ୍ତ ମେଗା ଚକ୍ଷୁ ପରୀକ୍ଷା ଶିବିରରେ ମୋଟ ୧୨୪ ଜଣ ଆଖି ରୋଗୀ ନିଜର ଆଖି ପରୀକ୍ଷା କରାଇଥିଲେ । ମୋଟ ୮ ଜଣ ଅପରେସନ ପାଇଁ ଚୟନ ହୋଇଥିବା ବେଳେ ୯୦ ଜଣଙ୍କୁ ଚଷମା ପ୍ରଦାନ ପାଇଁ ଚୟନ କରାଯାଇଥିଲା । ଜୟପ୍ରକାଶ ହସ୍ପିଟାଲ ତରଫରୁ ଉପସ୍ଥିତ ଡାକ୍ତରମାନଙ୍କ ମଧ୍ୟରେ ଡ. ଦେବାଶିଷ ସାହୁ, ଟେକ୍‌ନିସିଆନ ସୁନୀଲ କୁମାର ଦାସ, ଆସିଷ୍ଟାଣ୍ଟ ଦିଲୀପ ଟପୁ ଉପସ୍ଥିତ ରହି ନିଜ କାର୍ଯ୍ୟ ସଠିକ ଭାବରେ ସମ୍ପାଦନ କରିଥିଲେ ।

ଉକ୍ତ ଶିବିରରେ ଉପସ୍ଥିତ ଅତିଥିମାନଙ୍କ ମଧ୍ୟରେ ମୁରିବାହାଲ ସରପଞ୍ଚ ସଂଘ ସଭାପତି ବିଶ୍ଵବିହାରୀ ଯୋଶୀ, ଡ଼ଙ୍ଗରପଡା ସରପଞ୍ଚ ରାମଦାସ ମହାକୁଡ଼, ଗୋଇମୁଣ୍ଡ ସରପଞ୍ଚ କାଳିଆ ସାହୁ, ଲଖନା ସରପଞ୍ଚ ସଦାନନ୍ଦ ଦୀପ ଯୋଗଦାନ କରିଥିବା ବେଳେ ସହଯୋଗ କରିଥିଲେ ଯୁଧିଷ୍ଠିର ଭାରସାଗରିଆ, କେଶବ ସରାଫ, ମଳୟ ପୁଟେଲ, ଜୟକିଶାନ ବାଗ, ଟୁନୁ ସରାଫ, ଛବିଳ ଭୋଇ, ବିନୋଦ ଦୀପ, ଉମେଶ ବର୍ମା, ବାସୁଦାବ ସାହୁ, ନକୁଳ ପୁଟେଲ, ଜୟଶଙ୍କର ପୁଟେଲ, ଦିଲୀପ ସାହୁ, କିଶୋର ପୁଟେଲ ସହିତ ନିକଟସ୍ଥ ଗ୍ରାମବାସୀ ।

ଉକ୍ତ ଶିବିରକୁ ସମ୍ପୂର୍ଣ୍ଣ ସଫଳତାର ସହିତ ସମ୍ପୂର୍ଣ୍ଣ କରିଥିବା ହେତୁ ଶ୍ରୀ ଜୈନ ଡାକ୍ତରୀ ଦଳ, ବିଜୁ ଜନତା ଦଳର କର୍ମୀ ଏବଂ ଗ୍ରାମବାସୀଙ୍କୁ ବହୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Leave A Reply

Your email address will not be published.