oom

ଯୋଗୀସର୍ଡା ରାମଲୀଳା ଉଦ୍‌ଯାପିତ

jsmm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଯୋଗୀସର୍ଡା ଦଧିବାମନ ରାମଲୀଳା ଉଦ୍‌ଯାପିତ ହୋଇଯାଇଛି । ଗତ ମାର୍ଚ୍ଚ ୩୦ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ପ୍ରଭୁ ରାମଚନ୍ଦ୍ରଙ୍କ କଥାମୃତ ନାଟକ ଜରିଆରେ ପରିବେଷିତ ହୋଇଥିଲା । ଗତ ୧୯୩୧ ମସିହାରୁ ଗ୍ରାମର ଦଧିବାମନ ରାମଲୀଳା ଆରମ୍ଭ ହୋଇ ଦୀର୍ଘ ୯୩ ବର୍ଷରେ ପଦାର୍ପଣ କରିଛି । ଏହି ଅବସରରେ ଚଳିତ ବର୍ଷ ରାମ ଜନ୍ମ, ସୀତା ସ୍ଵୟମ୍ବର, ରାମ ବନବାସ, ଭାରତ ମିଳନ, ସୂର୍ପଣଖାର ନାସିକା ଛେଦନ, ସୀତା ଚୋରୀ, ବାଲି ବଧ, ସୁନ୍ଦରାକାଣ୍ଡ, ଇନ୍ଦ୍ରଜିତ ମରଣ ଏବଂ ରାବଣ ବଧ ସହ ରାମ ଅଭିଷେକ ଦର୍ଶକଙ୍କୁ ଆକର୍ଷିତ କରିଥିଲା । ଏହି ବର୍ଷ ରାମ ଭୂମିକାରେ ଶ୍ରୀକାନ୍ତ ତ୍ରିପାଠୀ ଅଭିନୟ କରିଥିବା ବେଳେ ଲକ୍ଷ୍ମଣ ଭୂମିକାରେ ସଂକଳ୍ପ ତ୍ରିପାଠୀ, ସୀତା ଭୂମିକାରେ ଜ୍ୟୋତି ପଧାନ, ରାବଣ ଭୂମିକାରେ ରଞ୍ଜନ, ଜନକ ରାଜା ଭୂମିକାରେ ମହେଶ ତ୍ରିପାଠୀ, ଦଶରଥ ଭୂମିକାରେ ବୀରବର ବାରିକ, ହନୁମାନ ଭୂମିକାରେ ଆନନ୍ଦ ସାହୁ, ସୁଗ୍ରୀବ ଭୂମିକାରେ ରଞ୍ଜନ ମନହିରା, ବିଭୀଷଣ ଭୂମିକାରେ ଜ୍ଞାନ ସା, ଅଙ୍ଗଦ ଭୂମିକାରେ ରବି ପଧାନଙ୍କ ଅଭିନୟ ଦର୍ଶକଙ୍କୁ ମୋହିତ କରିଥିଲା । ନାଟ୍ୟ ପରିଚାଳକ ହରିହର ଛୁରିଆଙ୍କ ସମେତ ଗୋବିନ୍ଦ ପଧାନ, ଚିନ୍ତାମଣି ପଧାନ, ସୁବଳ ସାହୁ, ରୋହିତ ବାରିକଙ୍କୁ ଦଧିବାମନ ରାମଲୀଳା ପାର୍ଟିର ସଭାପତି ଲକ୍ଷ୍ମଣ ସାହୁ ଓ ସମ୍ପାଦକ ସୀତାକାନ୍ତ ମିଶ୍ର ସମ୍ବର୍ଦ୍ଧିତ କରିଥିଲେ । ଚଳିତ ବର୍ଷ ପୂଜକ ଭାବେ ମୋହନ ମିଶ୍ର ଏବଂ କର୍ତ୍ତା ଭାବେ ଅରବିନ୍ଦ ମିଶ୍ର ଦାୟିତ୍ୱ ନିର୍ବାହ କରିଥିଲେ । ନାଟ୍ୟ ପରିବେଷଣରେ ଶିବଶଙ୍କର ସାହୁ, ଆନନ୍ଦ ସାହୁ, ଶୁଭମ୍ କରନ୍, ଶ୍ରୀମନ୍ତ ମିଶ୍ର, ସୁରେନ୍ଦ୍ର ପଧାନ, କାଶୀନାଥ ପଧାନ, ଶମ୍ଭୁ ପଧାନ, ସୁରେଶ ପଧାନ, ଲକ୍ଷ୍ମଣ ପଧାନ, ଗୁପ୍ତେଶ୍ୱର ସାହୁ, ଦଶରଥ ଦୀପ, ଶିବ ମିଶ୍ର, ସୌରଭ ପଧାନ, ଗାନ୍ଧୀ ପଧାନ, ମୁକେଶ ପଧାନ, ଧନୁଜ ପଧାନ, ହରିସେବକ ମିଶ୍ର, କେଦାର ପଧାନ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.