ସିଆଲବାହାଲିରେ ରାମଲୀଳା ନାଟକ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ସିଆଲବାହାଲି ଗାଁରେ ଗତ ୩୦ ତାରିଖରୁ ଚାଲିଥିବା ରାମଲୀଳା ନାଟକ ପର୍ବ ନାଟ୍ୟ ଅଭିନୟ ଉଦ୍‌ଯାପିତ ହୋଇଯାଇଛି । ଚୈତ୍ର ମାସ ଶୁକ୍ଲ ପକ୍ଷ ନବମୀ ଅବସରରେ ରାମଲୀଳା ନାଟକ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୨୮ବର୍ଷ ଧରି ଏହି ରାମଲୀଳା ନାଟକ ହୋଇଆସୁଛି । ଏହି ଅବସରରେ ସିଆଲବାହାଲି ଗାଁର ଜଗନ୍ନାଥ କଳା ପରିଷଦର ସମସ୍ତ କଲାକାରମାନେ ରାମଲୀଳା ନାଟକ ପର୍ବକୁ ନେଇ ଅଭିନୟ ପରିବେଷଣ କରିଥିଲେ । ଏହି ପୂଜାରେ କର୍ତ୍ତା ଭାବେ ନରେଶ ଷାଣ୍ଡ ଓ ତାଙ୍କ ଧର୍ମ ପତ୍ନୀ ବିଷ୍ଣୁପ୍ରିୟା ଚନ୍ଦନ ଥିବା ବେଳେ ପୂଜକ ଶିମାଞ୍ଚଲ ମିଶ୍ର ଥିଲେ । ଏହି କାର୍ଯ୍ୟକ୍ରମରେ ଗାଁର ଜଗନ୍ନାଥ କ୍ଲବର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

Leave A Reply

Your email address will not be published.