oom

ଏମ୍‌ଏଲ୍‌ଏ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କ ସପ୍ତାହବ୍ୟାପି ଆତ୍ମସୁରକ୍ଷା ତାଲିମ ଉଦ୍‌ଯାପିତ

jsmm
  • ନିଜେ ସୁରକ୍ଷିତ ହେଲେ ଅନ୍ୟକୁ ସୁରକ୍ଷା ଦିଆଯାଇପାରିବ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସ୍ଥିତ ଏମ୍‌ଏଲ୍‌ଏ ଉଚ୍ଚ ମାଧ୍ୟାମିକ ମହିଳା ବିଦ୍ୟାଳୟରେ ଚାଲିଥିବା ସପ୍ତାହବ୍ୟାପି ଆତ୍ମସୁରକ୍ଷା ତାଲିମ ଶିବିର ଶୁକ୍ରବାର ଦିନ ଉଦ୍‌ଯାପିତ ହୋଇଯାଇଛି । ପ୍ରକାଶ ଥାଉକି, ଗତ ୧୫/୨/୨୦୨୩ରୁ ୨୪/୨/୨୦୨୩ରିଖ ଯାଏ ବିଦ୍ୟାଳୟରେ ଏହି ତାଲିମ ଦିଆଯାଇଛି । ଏହି ତାଲିମରେ ବିଦ୍ୟାଳୟର କଳା ଓ ବାଣିଜ୍ୟ ବିଭାଗର ଶତାଧିକ ଛାତ୍ରୀ ନିୟମିତ ତାଲିମ ପାଇଥିଲେ । ତାଲିମରେ ଛାତ୍ରୀମାନେ କିପରି ନିଜର ସୁରକ୍ଷା ନିଜେ ଠିକ୍‌ ଭାବେ ସାମ୍ନା କରିପାରିବେ, କୌଣସି ଶତ୍ରୁ କିମ୍ବା ବିରୋଧି କୌଣସି ମୁହୂର୍ତ୍ତରେ ଆକ୍ରମଣ କରନ୍ତି ତେବେ ସେମାନଙ୍କୁ କିପରି ମୁକାବିଳା କରିପାରିବେ ସେଥିପାଇଁ କରାଟେ, ଯୁଡୋ ଭଳି ତାଲିମ ଦିଆଯାଇଥିଲା । ଏପରିକି ଛାତ୍ରୀମାନେ ଯେ କୌଣସି ସମୟରେ କୌଣସି ଅସାମାଜିକ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଆକ୍ରମଣର ଶିକାର ହୁଅନ୍ତି କିମ୍ବା ନିର୍ଯ୍ୟାତନାର ଶିକାର ହୁଅନ୍ତି ତେବେ ତତ୍‌କ୍ଷଣାତ ନିକଟସ୍ଥ ପୋଲିସ, ପିତାମାତା କିମ୍ବା ଗୁରୁଜନଙ୍କୁ ଫୋନ ମାଧ୍ୟମରେ ଜଣାଇବେ । ସୁଯୋଗ ଅନୁସାରେ ଘଟଣାସ୍ଥଳରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଯେ କୌଣସି ବ୍ୟକ୍ତିର ମୋବାଇଲର ଫଟୋ କିମ୍ବା ତାର ଯାନବାହାନର ଫଟୋ ରଖି ପରବର୍ତ୍ତୀ ସମୟରେ ପୋଲିସ, କିମ୍ବା ପରିବାର ବର୍ଗଙ୍କୁ ଅବଗତ କରିବେ ଏହା ଉପରେ ତାଲିମ ଦିଆଯାଇଥିଲା । ତାଲିମଦାତା ଭାବେ ବେଲପଡା ପଂଚାୟତ ସମିତି ମହାବିଦ୍ୟାଳୟର ଗୌରୀ ରାଉତ, ଡାକପ୍ରିୟା ନାଗ ଓ ପାଟଣାଗଡ ଜବାହାର ମହାବିଦ୍ୟାଳୟର ଛାତ୍ରୀ ସୋନାଲି ସାହୁ ମାଷ୍ଟର ଟ୍ରେନର ସପ୍ତାହବ୍ୟାପି ତାଲିମ ଦେଇଥିଲେ । ଶୁକ୍ରବାର ଦିନର ଉଦ୍‌ଯାପନି ଦିବସରେ ବିଦ୍ୟାଳୟର ଅଧ୍ୟକ୍ଷା ରଂଜିତା ଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅଧ୍ୟାପିକା ସଂଜୀବନିସୁଧା ରଥ, ଡ.ସସ୍ମିତା ପଟ୍ଟନାୟକ, ଜ୍ୟୋତିରାଣୀ ମହାନ୍ତି(ପିଇଟି) ଅଧ୍ୟାପକ ରମେଶ ଚନ୍ଦ୍ର ପୂଜାହାରି, ଦେବେନ୍ଦ୍ର କୁମାର ପଣ୍ଡା, ମଂଜେଶ କୁମାର ସୁନା, ମନୋଜ ସାହୁ, ଖବରଦାତା ପୁଷ୍ପକେତୁ ବେହେରା, ଗୁରୁଦୟାଲ ହଂସ ମଂଚାସୀନ ରହି ଛାତ୍ରୀମାନଙ୍କୁ ଦିଆଯାଇଥିବା ଆତ୍ମସୁରକ୍ଷା ତାଲିମ ଭବିଷ୍ୟତ ପାଇଁ ଉପଯୋଗୀ ହୋଇପାରିବ ବୋଲି କହିଥିଲେ । ସପ୍ତାହବ୍ୟାପି ଆତ୍ମସୁରକ୍ଷା ତାଲିମକୁ ବିଦ୍ୟାଳୟର ଅଧ୍ୟାପକ ଭାସ୍କର ଚନ୍ଦ୍ର ମେହେର ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.