om academy

ମନ୍ଦାରୀ କ୍ରିକେଟ ଗ୍ରାଉଣ୍ଡ ଚାମ୍ପିୟନ ଟ୍ରଫି ଉଦ୍‌ଯାପିତ

jsm

ଭୋଗରାଇ : ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଜଳସୋହରିଆ ପଞ୍ଚାୟତ ଅନ୍ତର୍ଗତ ମନ୍ଦାରୀ ପଡ଼ିଆରେ ଆୟୋଜିତ ମନ୍ଦାରୀ କ୍ରିକେଟ ଗ୍ରାଉଣ୍ଡ ଚାମ୍ପିୟନ ଟ୍ରଫି ୨୦୨୩ ଉଦ୍‌ଯାପିତ ହୋଇଯାଇଛି । ମନ୍ଦାରୀ ‘ହଠାତ ବାବା କ୍ରିକେଟ କ୍ଲବ’ ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଓ ପଶ୍ଚିମବଙ୍ଗର ସମୁଦାୟ ୮ଟି ଦଳ ଅଂଶଗ୍ରହଣ କରିଥିଲେ । ପୂର୍ବତନ କ୍ରିକେଟର ତଥା ବିଜ୍ଞାନ ଶିକ୍ଷକ ପ୍ରଶାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫାଇନାଲ ମ୍ୟାଚ୍‌କୁ ଉଦ୍‌ଘାଟନ କରିଥିଲେ । ଲିଗ୍ ସ୍ତରୀୟ ପ୍ରତିଯୋଗିତାରେ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରି ଓଡ଼ିଶା ପୁଲିସ ରାଉରକେଲା ଏବଂ ଆରବ ଇଲେଭେନ ଷ୍ଟାର କ୍ରିକେଟ ଦଳ ଫାଇନାଲ ପ୍ରତିଯୋଗିତାରେ ପ୍ରବେଶ କରିଥିଲେ । ଏଥିରେ ଓଡ଼ିଶା ପୁଲିସ ରାଉରକେଲା ପ୍ରତିପକ୍ଷ ଦଳକୁ ହରାଇ ବିଜୟ ଲାଭ କରି ଚମ୍ପିୟାନ ହୋଇଥିଲେ । ଆରବ ଇଲେଭେନ ଷ୍ଟାର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୭ ୱିକେଟ ହରାଇ ସମୁଦାୟ ୫୭ ରନ୍‌ ସଂଗ୍ରହ କରିଥିଲା ବେଳେ ଏହାର ଜବାବରେ ଓଡ଼ିଶା ପୁଲିସ ରାଉରକେଲା ଦଳ ମାତ୍ର ୬ ଓଭର ଖେଳି କୌଣସି ୱିକେଟ ନ ହରାଇ ୫୮ ରନ୍‌ କରି ବିଜୟୀ ହୋଇଥିଲେ । ଆମ୍ପାୟାର ଭାବେ ଜଗଦୀଶ ପଣ୍ଡା ଓ ହରେନ୍ଦ୍ର ଜେନା ମ୍ୟାଚ୍‌ ପରିଚାଳନା କରିଥିଲେ । ହଠାତ ବାବା କ୍ରିକେଟ କ୍ଲବର ସଭାପତି ବିଶ୍ୱନାଥ ବେହେରା, ନଗେନ୍ଦ୍ର ବେହେରା ଓ ଶିକ୍ଷକ ଏମଡି ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ ।

Leave A Reply

Your email address will not be published.