ଭାଗବତ ପାରାୟଣ ସପ୍ତାହ ଉଦ୍‌ଯାପିତ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ଗ୍ରାମର ଏକାଦଶୀ କମିଟି ପକ୍ଷରୁ ସ୍ଥାନୀୟ ପ୍ରହରୀ ମଣ୍ଡପଠାରେ ଗତ ସପ୍ତାହଧରି ଚାଲିଥିବା ଭାଗବତ ପାରାୟଣ ସପ୍ତାହ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଅଧିବାସ ଏବଂ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ଗ୍ରାମର ଶତାଧିକ ମହିଳା ସାମିଲ ହୋଇଥିଲେ । ପ୍ରତ୍ୟହ ଗୁରୁପୂଜା, ବୃନ୍ଦାବତୀ ପୂଜା, ସହିତ ଆଳତି ଆଦି ଅନୁଷ୍ଠିତ ହେବା ସହିତ ପୁରାଣପାଠ ଅନୁଷ୍ଠିତ ହୋଇଥିଲା । ପାଟଣାଗଡ ଦେଉଲଗାଁର ପପୁନ୍‌ କୁମାର ପଣ୍ଡା ସପ୍ତାହ ଧରି ଭାଗବତ ପୁରାଣ ପାଠ କରିଥିଲେ । ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପୁରାଣ ପାଠ ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ ଶୁଣିବାକୁ ଭିଡ ଦେଖିବାକୁ ମିଳିଥିଲା । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜାରାମ ବେହେରା ଏବଂ ସୁଜାତା ବେହେରା କର୍ତ୍ତା ଭାବେ ଯୋଗ ଦେଇଥିବା ବେଳେ ପଣ୍ଡିତ ରମେଶ ଦାଶ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ବୁଧବାର ପୂର୍ଣ୍ଣାହୂତି ସହିତ ପାରାୟଣ ଉଦ୍‌ଯାପିତ ହୋଇଥିଲା । କାହ୍ନୁଚରଣ ଥନାପତି, ଆଶିଷ ଭୋଇଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ସୁଷମା ବାରିକ, ନିଦ୍ରାବତୀ ଭୋଇ, ହାରା ରାଉତ, ବୈଦେହୀ ରାଉତ, ସର୍ଗି ଦଣ୍ଡସେନା, ଅହଲ୍ୟା ସାହୁ, ପ୍ରେମ ଥନାପତି ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.