om academy

ଗାନ୍ଧୀ ଷ୍ଟଡିୟମରେ ଓ.ସି.ଏ ଭିଜନ ୨୦୨୪ ଇନ୍ଟ୍ରା ଡିସ୍‌ଟ୍ରିକ୍ଟ କ୍ଲବ କ୍ରିକୋଟ ସିନିୟର ଲିଗ୍‌ ଉଦ୍‌ଯାପିତ : ନବ କିଶୋର କ୍ରିକେଟ କ୍ଲବ ଚମ୍ପିୟାନ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟଡିୟମରେ ସିନିୟର ଇନ୍ଟ୍ରା ଡିସ୍‌ଟ୍ରିଷ୍ଟ କ୍ଲବ ଲିଗ୍‌ ଗତକାଲି ଉଦ୍‌ଯାପିତ ହୋଇଯାଇଛି । ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ଓ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିର ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ନବକିଶୋର କ୍ରିକେଟ କ୍ଲବ ଓ ଟିଟିଲାଗଡ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନବ କିଶୋର ଦଳ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୪୦ ଓଭରରେ ୬ ଓି୍ୱକେଟ ବିନିମୟରେ ୨୨୨ ରନ ସଂଗ୍ରହ କରିଥିଲେ । ଦଳ ତରଫରୁ ଅଂଶୁମାନ ମିଶ୍ର ୫୬ ରନ୍‌, ପୁରୁଷୋତ୍ତମ ପ୍ରଧାନ ୫୧ ରନ୍‌, କିଶାନ ନାଏକ ୪୮ ରନ୍‌ ଓ ଶୁଭାଶିଷ ମିର୍ଦ୍ଧା ୩୭ ରନ୍‌ ସଂଗ୍ରହ କରିଥିଲେ । ଟିଟିଲାଗଡ ଦଳ ତରଫରୁ ସଫଳ ବୋଲର ଭାବରେ ବିକି ନାଗ ସର୍ବାଧିକ ୪ ଗୋଟି ଓି୍ୱକେଟ ଅକ୍ତିଆର କରିଥିଲେ । ଏହାର ଜବାବରେ ଟିଟିଲାଗଡ ଦଳ ୩୭.୨ ଓଭରରେ ସମସ୍ତ ଓି୍ୱକେଟ ହରାଇ ୧୯୩ ରନ୍‌ ସଂଗ୍ରହ କରି ୨୯ ରନ୍‌ରେ ପରାଜୟ ବରଣ କରିଥିଲେ । ଟିଟିଲାଗଡ ଦଳ ତରଫରୁ ମହମ୍ମଦ ୟୁସୁଫ୍‌ ୫୫, ୟାଇ.ଶ୍ରୀନିବାସ ୩୬ ରନ୍‌ ଓ ଶୈଳେଶ ପଟ୍ଟନାୟକ ୨୩ ରନ୍‌ ସଂଗ୍ରହ କରିଥିଲେ । ନବ କିଶୋର ଦଳ ତରଫରୁ ସଫଳ ବୋଲର ଭାବରେ ସୁବାଶିଷ ମିର୍ଦ୍ଧା ୩ ଓ ଅମିୟ ଧରୁଆ ପ୍ରତ୍ୟେକେ ୩ ଗୋଟି ଓି୍ୱକେଟ ଅକ୍ତିଆର କରିଥିବା ବେଳେ କିଶନ ନାଏକ ୨ ଗୋଟି ଓି୍ୱକେଟ ଅକ୍ତିଆର କରିଥିଲେ । ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପିୟାର ପୃଥ୍ୱୀରାଜ ମିଶ୍ର ଓ ରାଜେନ୍ଦ୍ର ସେଠ ପରିଚାଳନା କରିଥିବା ବେଳେ ଜଗପତି ନାଏକ ଏବଂ ଶୁଭମ୍‌ ନନ୍ଦ ସ୍କୋରର ଦାୟିତ୍ୱ ତୁଳାଇଥିଲେ । ଏହି ଟୁର୍ଣ୍ଣାମେଣ୍ଟ ଟି ଜାନୁୟାରୀ ୧୦ ତାରିଖରୁ ଆରମ୍ଭ ହୋଇ ୨୮ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଏହି ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କ୍ରୀଡା ସଂସଦର ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ସମ୍ମାନିତ ଅତିଥି ଭାବରେ ସହ-ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ, କ୍ରିକେଟ ସେକ୍ରେଟେରୀ ଓମ୍‌ ପ୍ରକାଶ ଚାନ୍ଦ, କୋଷାଧ୍ୟକ୍ଷ ପ୍ରଭାତ ମିଶ୍ର, ଫୁଟବଲ ସଂପାଦକ ହେମନ୍ତ ବେହେରା, ବରିଷ୍ଠ ସଦସ୍ୟ ସୁଧିର ଚନ୍ଦ୍ର ପଣ୍ଡା, ପୂର୍ବତନ ଖେଳାଳି ତଥା କୋଚ ଅରୁଣ କୁମାର ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.