ବଲାଙ୍ଗିର, (ପୁସ୍ତମ୍ ଜୁଆଡି) : ସଦର ବ୍ଲକ ଅନ୍ତର୍ଗତ ଶିକାଛିଡା ଗ୍ରାମରେ ଇଲେଭେନ ଷ୍ଟାର କ୍ରିକେଟ କ୍ଳବ ଆନୁକୂଲ୍ୟରେ ଦଶମ ଜୟ ବୁଢା ଡ଼ଙ୍ଗର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୁବ ନେତା ଘନଶ୍ୟାମ ଶତପଥି, ଯୁବ ବିଜେଡି ନେତା ପିଙ୍କୁ ପଧାନ ଏବଂ ଅନ୍ୟାନ୍ୟ ଅତିଥି ଭାବରେ ଯୁବ ସମାଜସେବୀ ସନ୍ଦୀପ ବାଗ ଓ ସିନେମା ନିର୍ଦ୍ଦେଶକ ତଥା ସଂଗଠକ ବିନୋଦ କାଲସାଏ ଉପସ୍ଥିତ ହୋଇ ନିଜ ବକ୍ତବ୍ୟ ଉପସ୍ଥାପନା କରିଥିଲେ । ଗତ ୧୮ ତାରିଖରୁ ୨୨ ତାରିଖ ଧରି ଆୟୋଜିତ ହେଉଥିବା ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ଅଂଶ ଗ୍ରହଣ କରିଥିଲେ । ଗତ ଫାଇନାଲ ଖେଳରେ କୁଡ଼ାସିଂହା ଓ ଦେଓଗାଁ ଦଳ ମଧ୍ୟରେ ହୋଇଥିଲା କ୍ଷ ପ୍ରଥମେ ବ୍ୟାଟିଂ କରି କୁଡ଼ାସିଂହା ଦଳ ନିର୍ଦ୍ଧାରିତ ୬ ଓଭରରେ ୫ ଓ୍ଵିକେଟ ବିନିମୟରେ ୬୮ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ଜବାବରେ ଦେଓଗାଁ ଦଳ ୩.୫ ଓଭରରେ ୧ ଓ୍ଵିକେଟ ବିନିମୟରେ ୬୮ ରନ କରି ବିଜୟ ପ୍ରାପ୍ତ କରିଥିଲେ । ଦେଓଗାଁ ଦଳର ଖେଳାଳୀ ଅଜୁ ମ୍ୟାନ ଅଫ୍ ଦି ମ୍ୟାଚ ଓ କୁଡ଼ାସିଂହା ଦଳରେ ରିଙ୍କୁ ମ୍ୟାନ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ପୁରସ୍କାର ଉପସ୍ଥିତ ଅତିଥିଙ୍କ ଠାରୁ ଗ୍ରହଣ କରିଥିଲେ । ବିଜେତା ଦେଓଗାଁ ଦଳକୁ ସ୍ମାରକୀ ଟ୍ରଫି ସହ ୧୨୦୦୦ ଟଙ୍କା ଓ ଉପ ବିଜେତା କୁଡ଼ାସିଂହା ଦଳକୁ ୭୦୦୦ ଟଙ୍କାର ଅର୍ଥ ରାଶିରେ ପୁରସ୍କୃତ କରାଯାଇଥିଲା । ସ୍କୋରର୍ ଭାବରେ ଫକୀର ଠେଲା, ଧାରା ନିବରଣୀରେ ଦୟାନିଧି ହରପାଲ ଓ ମାନସ, ଫାଇନାଲ ଖେଳ ପରିଚାଳନାରେ ଅମ୍ପାୟାର ଅଟଳ ବିହାରୀ ବିଶି ଓ ଗଙ୍ଗାଧର ବିଶି ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ରମାକାନ୍ତ ନାଏକ, ସନ୍ତୋଷ ଦେହେରି, ପରମେ ଦେହେରି, ଯୁଧିଷ୍ଠିର ଦେହେରି, ରଂଜିତ କରନ, ଯୁଗୀନ୍ଦ୍ର ଦେହେରି ପ୍ରଦୀପ ଦେହେରି ପ୍ରମୁଖ ନିଜର ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ ।