ls

ଲାନ୍ଥବୁଢ଼ା କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ

sb
  • ଦେଷଣ୍ଢକୁ ହରାଇ ଶିଆଳଜୋର୍ ଚାମ୍ପିୟନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଦେଷଣ୍ଢରେ ରବିବାର ଦିନ ଲାନ୍ଥବୁଢ଼ା କ୍ରିକେଟ କ୍ଲବ୍ ଦେଷଣ୍ଢ ପକ୍ଷରୁ ଏକ ଦିବସୀୟ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଖଲିଆପାଲି, ଦେଷଣ୍ଢ (ବି), ଡୁକରଚରଚରା, ଦେଷଣ୍ଢ (ଏଲବିସିସି), ଭାଲୁକୁନ୍ଦ, ଜୁରାବନ୍ଧ, ଶିଆଳଜୋର୍, କେଓମାଲ ୮ଟି ଦଳ ଭାଗ ନେଇଥିଲେ । ଦେଷଣ୍ଢ ଏଲବିସିସି ଏବଂ ଖଲିଆପାଲି ମଧ୍ୟରେ ହୋଇଥିବା ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍‌ରେ ଦେଷଣ୍ଢ (ଏଲବିସିସି) ବିଜୟୀ ହୋଇଥିଲା । ସେହିପରି ଭାଲୁକୁନ୍ଦ ଓ ଶିଆଳଜୋର୍ ମଧ୍ୟରେ ହୋଇଥିବା ଦ୍ଵିତୀୟ ସେମିଫାଇନାଲ୍‌ ମ୍ୟାଚ୍‌ରେ ଶିଆଳଜୋର୍ ଦଳ ବିଜୟୀ ହୋଇଥିଲା । ଫାଇନାଲ୍‌ ମ୍ୟାଚ୍‌ରେ ଦେଷଣ୍ଢକୁ ହରାଇ ଶିଆଳଜୋର୍ ଦଳ ଚାମ୍ପିୟନ ହୋଇଥିଲା । ମୁକେଶ ମେହେର, ଭକ୍ତ ବକୁଳ, ନୂତନ ମେହେର, ହର ବରିହା, ସଂଜୀବ ମେହେର, କାହ୍ନା ମନହୀରା ପ୍ରମୁଖ ଖେଳ ପରିଚାଳନା କରିଥିଲେ । ପ୍ରତିଯୋଗିତାର ଉଭୟ ଉଦ୍‌ଘାଟନୀ ଏବଂ ଉଦ୍‌ଯାପନୀ ଉତ୍ସବରେ ଦେଷଣ୍ଢ ଚାନ୍ଦିଲି ପାହାଡ଼ କମିଟି ସଭାପତି ଦିନବନ୍ଧୁ ମେହେର ଉପସ୍ଥିତ ରହି ବିଜୟୀ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ ।

pc pk
Leave A Reply

Your email address will not be published.