jayashree

କଳାହାଣ୍ଡି ଉତ୍ସବ ଉଦ୍‌ଯାପିତ

କୋକସରା : କଳାହାଣ୍ଡି ଜିଲ୍ଲାର କଳା, ସଂସ୍କୃତି ଓ ପରମ୍ପରାର ବାର୍ତ୍ତାକୁ ନେଇ ପ୍ରଚାରପ୍ରସାର ଓ ଲୁକ୍କାୟିତ କଳାକାରଙ୍କୁ ଲୋକଲୋଚନକୁ ଆଣିବାର ପ୍ରୟାସ ନେଇ ଆରମ୍ଭ ହୋଇଥିଲା କଳାହାଣ୍ଡି ଲୋକ ମହୋତ୍ସବ ଘୁମୁରା । କୋକସରା ବ୍ଲକ ଗୁଡହାଣ୍ଡି ମଞ୍ଚରେ ବୁଧବାର ଚିର୍ତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଏହା ଉଦ୍‌ଯାପିତ ହୋଇଯାଇଛି । ସନ୍ଧ୍ୟାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବିଧାୟକ ଧର୍ମଗଡ଼ ମୌଷଧି ବାଗ, ମୁଖ୍ୟବକ୍ତା କଳାହାଣ୍ଡି ଗବେଷକ ସତ୍ୟନାରାୟଣ, ସମ୍ମାନିତ ଅତିଥି ଅଧ୍ୟକ୍ଷ ଲଡୁଗାଁ କଲେଜ ଡ଼. ନିହାରକାନ୍ତ ପଣ୍ଡା, କୋକସରା ବ୍ଲକ ସରପଞ୍ଚ ସଂଘ ସଭାପତି ନକୁଳ ନାଏକ, କୋକସରା ପଞ୍ଚାୟତ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ମଞ୍ଚରେ ଉପସ୍ଥିତ ଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋଇସିଙ୍ଗାର ସଙ୍ଗୀତ ସାଧନା, ବଜାସାଲ, ଜଟଣୀ ନୃତ୍ୟଶ୍ରୀ କଲଚରାଲ ଅର୍ଗାନାଇଜେସର ରାମାୟଣ ନବଦୁର୍ଗା, ହେଶମ୍ଭୁ, କଳାକାରଙ୍କ ବିଭିନ୍ନ ଲୋକକଳା, ପରମ୍ପରା ଚଳଣୀକୁ ନେଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବ୍ଲକସ୍ତରୀୟ ଗୁଡହାଣ୍ଡି ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ଲକର କଳାକାର, ପର୍ବତାରୋହୀ ଡ଼. ଯୋଗେଶ୍ୱର ନାଏକ, ଘୁମୁରା ଗୁରୁ ହିରାଲାଲ ସରାଫ, ଡିଗ୍ରୀ ମହାବିଦ୍ୟାଳୟ ଏନ୍‌ସିସି କ୍ୟାପଟେନ ଅଶ୍ୱିନୀ କୁମାର ପଟ୍ଟନାୟକ, ନାଭାଲ ଏନ୍‌ସିସି ଜବାହାର ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ସମ୍ମାନିତ କରାଯାଇଛି । ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଞ୍ଜୀବ କୁମାଏ ପାଢ଼ୀ ଓ ଦେବାନନ୍ଦ ରାଉତ ମଞ୍ଚ ପରିଚାଳନା କରିଥିଲେ । ଦୁଇ ଦିନ ଧରି ଗୁଡାହାଣ୍ଡି ମଞ୍ଚରେ ଆୟୋଜିତ କାର୍ଯ୍ୟକ୍ରମକୁ ବ୍ଲକ ବିଏସ୍‌ଏସ୍‌ଓ ଦୀପକ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.