om academy

ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପିତ

jsm

ପାଟଣାଗଡ଼, (ପୁସ୍ତମ ଯୁଆଡି) : ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଗତକାଲି ଉଦ୍‌ଯାପିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫୁଲ୍ଲ ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦ୍‌ଯାପନୀ ଉତ୍ସବରେ ଗୌରଚରଣ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ତ୍ରିନାଥ ମହାପାତ୍ର ଏବଂ ଭଇଁଷା ସରପଞ୍ଚ ଜ୍ଞାନେନ୍ଦ୍ର ସାଏ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଠଣସୁନ୍ଦର ମେହେର ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟକ୍ଷ ପ୍ରଫୁଲ୍ଲ ହୋତା ନିଜ ଅଭିଭାଷଣରେ ବକ୍ତବ୍ୟ ରଖିଥିଲେ ଯେ, କରୋନା ପାଇଁ ଦୁଇ ବର୍ଷ ପରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଯେଉଁ ଉତ୍ସାହ ଓ ଉଦ୍ଦୀପନାରେ ଅଂଶଗ୍ରହଣ କରିଥିଲେ ତାହା ପ୍ରଶଂସନୀୟ । ବିଶେଷ କରି ଛାତ୍ରଛାତ୍ରୀମାନେ ଖେଳର ସମସ୍ତ ନୀତି ନିୟମକୁ ମାନି ତାଙ୍କର ଖେଳୁଆଡ ମନୋଭାବ ଦେଇଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ ଏବଂ କଲେଜର ସମସ୍ତ କର୍ମଚାରୀମାନଙ୍କ ଉଦ୍ୟମକୁ ଭୁରି ଭୁରି ପ୍ରଶଂସା କରିଥିଲେ । ପରେ ଅଧ୍ୟାପକ ଜିତେନ୍ଦ୍ର ଦାଶଙ୍କ ତତ୍ୱାବଧାନରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ, ଅତିଥି ଗଣ ତଥା ଅଧ୍ୟାପକ ଅଧ୍ୟାପିକା ଓ କଲେଜର ବରିଷ୍ଠ କର୍ମଚାରୀମାନେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଅଧ୍ୟାପିକା ଆଭାମୟୀ ପଟ୍ଟନାୟକ, ସନ୍ତୋଷ କୁମାର ରାଉତ, ଜଗବନ୍ଧୁ ଧରୁଆ, ଗୁଣସାଗର ଠାକୁର, କହ୍ନେଇ ତାଣ୍ଡି, ଅବିନାଶ ବାଗ, ଶ୍ରାବଣୀ ପୁଟେଲ, ବିରଞ୍ଚି ପଟେଲ, ମାନସରାଜ ସିଂ, ହୃଷିକେଶ ଠାକୁର, କୁଳମଣି ବାବୁ, ସନ୍ତୋଷ କୁମାର ପଟେଲ ଖେଳ ଶିକ୍ଷକ ସହଦେବ ବିଶି, ଦିଲୀପ ସାଏ, ନରେଶ ଷାଣ୍ଢ, ଉଦ୍ଧବ ସାଏ, ମୁରାରି ସାହୁ, ସୂର୍ଯ୍ୟ ନାରାୟଣ ଥନାପତି, ଗୋପବନ୍ଧୁ ସାହୁ, ମହାଦେବ ବାବୁ, ସୁରୁକଣ୍ଠ ସୁନା ପ୍ରମୁଖ କର୍ମଚାରୀମାନେ କାର୍ଯ୍ୟକ୍ରମକୁ ଆଗେଇ ନେବାରେ ବିଶେଷ ସହଯୋଗ କରିଥିଲେ। । ପରିଶେଷରେ ମନୋଜ କୁମାର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଶେଷରେ ଅଧ୍ୟକ୍ଷ ଶ୍ରୀ ହୋତା ପତାକା ଅବତରଣ କରି ଦ୍ୱିତୀୟ ବର୍ଷର ଛାତ୍ର ଅବିନାଶ ମେହେରଙ୍କୁ ଅର୍ପଣ କରିଥିବା ବେଳେ ସେ ତାହା ପ୍ରଥମ ବର୍ଷର ଛାତ୍ର ଅମିତ୍ ମାଝିଙ୍କୁ ପ୍ରଦାନ କରିଥିଲେ ।

Leave A Reply

Your email address will not be published.