ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ

ସୁବର୍ଣ୍ଣପୁର (କେପିଏନ୍‌ଏସ୍‌) : ଉଲୁଣ୍ଡା ବ୍ଲକର ଯୁକ୍ତଦୁଇ ଧର୍ମଶାଳା ମହାବିଦ୍ୟାଳୟ, ଧର୍ମଶାଳାରେ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ତା.୨୦ ଓ ୨୧ରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ବାର୍ଷିକ କ୍ରୀଡ଼ା ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ମିଶ୍ର ଅଧ୍ୟକ୍ଷତା କରିଥିଲେ । ଅନୁଷ୍ଠାନର କ୍ରୀଡ଼ା ଶିକ୍ଷକ ଗୋବିନ୍ଦ ପ୍ରଧାନଙ୍କ ତତ୍ୱାବଧାନରେ ସଭାକାର୍ଯ୍ୟ ଓ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ସରପଂଚ କେସନ ଜଗଦଲା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଅବତରଣ କରି କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ଉତ୍ସବରେ ପ୍ରାଧ୍ୟାପକ ଡକ୍ଟର ପୁରୁଷୋତ୍ତମ ମିଶ୍ର, ପ୍ରାଧ୍ୟାପକ ସୌମିତ୍ରି ପ୍ରଧାନ, ପ୍ରାଧ୍ୟାପକ ପ୍ରତୁଳ କୁମାର ତ୍ରିପାଠୀ, ବରିଷ୍ଠ ଅଧ୍ୟାପକ ପ୍ରଫୁଲ୍ଲ କୁମାର ପାତ୍ର ଅତିଥି ଭାବରେ ଯୋଗ ଦେଇଥିଲେ । ଗଦାଧର ପ୍ରଧାନ, ବିଭୀଷଣ ପ୍ରଧାନ ଓ ଯୁକ୍ତଦୁଇ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ପ୍ରଦାନ କରିଥିଲେ ।

Leave A Reply

Your email address will not be published.