ଡିଗ୍ରୀ କଲେଜ ସାହାଜବାହାଲର ନୂଆ-ଓ ସାହିତ୍ୟର ଉଦ୍‌ଯାପନୀ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜଗନ୍ନାଥ ଡିଗ୍ରୀ କଲେଜ ସାହାଜବାହାଲର ଉଦ୍‌ଯାପନୀ ଉତ୍ସବ କଲେଜର ପରିଚାଳନା କମିଟିର ସଭାପତି ରାମ ଶରଣ ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମହାପ୍ରଭୁ ଜଗନ୍ନାଥ, ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବିପ୍ଲବୀ ବୀର ସୁରେନ୍ଦ୍ର ସାଏଙ୍କ ପୂଣ୍ୟ ଜନ୍ମ ତିଥିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଅର୍ଥନୀତି ଅଧ୍ୟାପକ କବିରାଜ ଭୋଇ । ଅଧ୍ୟକ୍ଷ ଗୋବିନ୍ଦ ଭୋଇ ନୂଆ-ଓ ସାହିତ୍ୟ ବିଷୟରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡିଆ ଅଧ୍ୟାପକ ତଥା ବିଶିଷ୍ଟ ନାଟ୍ୟକାର ଡ. ପବିତ୍ର ଦଣ୍ଡସେନା, ମୁଖ୍ୟବକ୍ତା ଭାବେ ମହିଳା ମହାବିଦ୍ୟାଳୟ ବଲାଙ୍ଗିରର ଓଡିଆ ଅଧ୍ୟାପକ ରତିକାନ୍ତ ନାଏକ ଯୋଗ ଦେଇ ଓଡିଆ ସାହିତ୍ୟ ଓ ସଂସ୍କୃତି ବିଷୟରେ ଉଦ୍‌ବୋଧନ ଦେଇଥିଲେ । ମୁଖ୍ୟ ଅତିଥି ଗୋପୀନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରେମାଧର ମହାକୁର ଓଡିଆ ସାହିତ୍ୟର ଇତିହାସ ବିଷୟରେ ସାରଗର୍ଭକ ବକ୍ତୃତା ପ୍ରଦାନ କରିଥିଲେ । ଜ୍ୟୋତିର୍ମୟୀ ତ୍ରିପାଠୀ ବିବରଣୀ ପଠନ କରିଥିଲେ । ବିଭିନ୍ନ ପ୍ରିତଯୋଗିତାର ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ମାନପତ୍ର ଓ ମୋମେଣ୍ଟୋ ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା । ଉକ୍ତ ଉତ୍ସବରେ ମଂଚ ପରିଚାଳନା କରିଥିଲେ ରାଜନୀତି ବିଜ୍ଞାନ ଅଧ୍ୟାପକ ଶାନ୍ତନୁ କୁମାର ପାତ୍ର । ଧନ୍ୟବାଦ ଅର୍ପଣ କରିଥିଲେ ସଂଜୀବ ପାତ୍ର । ଉକ୍ତ ଉତ୍ସବରେ କମିଟିର ସଦସ୍ୟ ଚିତ୍ରସେନ ବଗର୍ତ୍ତୀ ଏବଂ କଲେଜ ଅଧ୍ୟାପକ ପ୍ରମୋଦ ବରାଡ, ହିମାଂଶୁ ବାରିକ, ନିକିତା ଥପା, ମାନିନୀ ଭୋଇ, ନିବେଦିତା ପ୍ରଧାନ, ମଦନ ପଣ୍ଡା ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.