oom

ନବ ଦମ୍ପତିଙ୍କ ମୃତଦେହ ଉଦ୍ଧାର

jsmm

ରାୟଗଡା : ଗଛରେ ଝୁଲନ୍ତା ଅବସ୍ଥାରେ ନବ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି । ରାୟଗଡା ଜିଲ୍ଲା ଅଣ୍ଡିରାକଞ୍ଚ ଥାନା ଅନ୍ତର୍ଗତ ପାଇକକୁପାଖାଲ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତ୍ୟୁର ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଅଣ୍ଡିରାକଞ୍ଚ ଥାନା ପୋଲିସ ଦୁଇ ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଦେଢ ମାସ ତଳେ ଉଭୟେ ପ୍ରେମ ବିବାହ କରିଥିଲେ । ମୃତକ ହେଲେ ଅଭି ଝୋଡିଆ ଓ ତାଙ୍କ ସ୍ତ୍ରୀ । ପୋଲିସ ତଦନ୍ତ ଜାରି ରଖିଛି । ସୂଚନାଯୋଗ୍ୟ ଯେ, ଗତ ଦେଢ ମାସ ତଳେ ଉକ୍ତ ଗ୍ରାମର କାମଦେବ ଝୋଡିଆଙ୍କ ପୁଅ ଅଭି ଝୋଡିଆ ଓ ଶୁଆଧର ଝୋଡିଆଙ୍କ ଝିଅ ଉଭୟ ପରିବାରର ସହମତିରେ ପ୍ରେମ ବିବିହ କରିଥିଲେ । ତେବେ କେଉଁ କାରଣ ଯୋଗୁଁ ଉଭୟଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି ତାହା ଜଣାପଡିନାହିଁ । ତେବେ ମୃତ୍ୟୁ ପଛରେ କେହି ଦାୟୀ ନୁହନ୍ତି ବୋଲି ଉଭୟଙ୍କ ପରିବାର ପୋଲିସକୁ ଲିଖିତ ଆକାରରେ ଅବଗତ କରାଇଛନ୍ତି । ତେବେ ପୂର୍ବରୁ ହିଁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଥିବ ତେଣୁ ସେମାନେ ଆତ୍ମହତ୍ୟା କରିଥିବା ନେଇ ପୋଲିସ ଆଶଙ୍କା କରୁଛି । ଏନେଇ କୌଣସି ପୋଲିସ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

jittmm
Leave A Reply

Your email address will not be published.