ରୋଟାରୀ କ୍ଲବ ଜିଲ୍ଲା ୩୨୬୧ର ଟିମ୍ ଓଜସ୍ୱୀ ଉଦଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଜିଲ୍ଲା ୩୨୬୧କୁ ଅଧିକ ନମନୀୟ, ଅଧିକ ବିବିଧ, ଅଧିକ ଟେକ୍ନୋଲୋଜି-ସକ୍ଷମ ଏବଂ ଅଧିକ ସ୍ପନ୍ଦନଶୀଳ କରିବା ପାଇଁ ଜିଲ୍ଲା ଗଭର୍ଣ୍ଣର ୨୦୨୬-୨୭ ଙ୍କ କାର୍ଯ୍ୟାଳୟରେ ଟିମ ଓଜସ୍ୱୀ କୁ ରାଉରକେଲାର ସିଭିଲ ଟାଉନସିପ ସ୍ଥିତ ଜେଜେ/୯ ଠାରେ ଉନ୍ମୋଚିତ କରାଯାଇଛି । ଏହି ପବିତ୍ର ଅବସରରେ ପିଡିଜି ଏଫ୍ ସି ମହାନ୍ତି, ପିଡିଜି ମଞ୍ଜିତ ସିଂହ ଆରୋରାଙ୍କ ସମେତ ବହୁ ବରିଷ୍ଠ ରୋଟାରିଆନ୍ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଜିଲ୍ଲାର ବିଭିନ୍ନ ରୋଟାରୀ କ୍ଲବର ସଭାପତି, ପୂର୍ବତନ ସଭାପତି ଏବଂ ରାଉରକେଲାର ବିଭିନ୍ନ ରୋଟାରୀ କ୍ଲବରୁ ପ୍ରାୟ ୮୦ ଜଣ ରୋଟାରିଆନ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସମସ୍ତେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର୍ ୨୦୨୬-୨୭ ର ଆଲାମ ସିଂହ ରୂପ୍ରା ଏବଂ ପ୍ରଥମ ମହିଳା ହରପାଲ ରୂପ୍ରାଙ୍କୁ ସେମାନଙ୍କ କାର୍ଯ୍ୟକାଳର ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ । ଡିଜି ଆଲାମ ସିଂହ ରୂପ୍ରା ତାଙ୍କ ଭାଷଣରେ ଜିଲ୍ଲା ୩୨୬୧କୁ ଅଧିକ କ୍ରୀୟାଶୀଳ ଓ ଆଗକୁ ନେବା ପାଇଁ ସମସ୍ତଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ । ଶେଷରେ ସେ ୨୦୨୬-୨୭ ରୋଟାରୀ ବର୍ଷ ପାଇଁ ଟିମ୍ ଓଜସ୍ୱୀର ଅଂଶ ହେବାକୁ ଥିବା କିଛି ରୋଟାରିଆନଙ୍କ ନାମ ଘୋଷଣା କରିଥିଲେ । ଯେଉଁମାନେ ଜିଲ୍ଲାରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ ପଦବୀରେ ରହି ତାଙ୍କୁ ସହାୟତା କରିଥିଲେ । ଏହି କାର୍ଯ୍ୟକ୍ରମ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣରେ ସମାପନ ହୋଇଥିଲା ।

jittmm
Leave A Reply

Your email address will not be published.