oom

ସଂକୁଳ ସ୍ତରୀୟ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍‌ଘାଟିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ପଦ୍ମପୁର ସଂକୁଳ ସ୍ତରୀୟ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଆଜି ସନ୍ଧ୍ୟା ସମୟରେ ଉଦ୍‌ଘାଟିତ ହୋଇଯାଇଛି । ମୂଖ୍ୟ ଅତିଥି ଭାବେ ଶିକ୍ଷା ବିକାଶ ସମିତର ସହ ଜିଲ୍ଲା ପ୍ରମୁଖ ମନୋଜ କୁମାର ପଣ୍ଡା ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଉଦ୍‌ଘାଟନ କରି ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଛାତ୍ରୀମାନଙ୍କ ସ୍ଵାଗତ ସଙ୍ଗୀତ ସମସ୍ତଙ୍କ ମନମୁଗ୍ଧ କରିଥିଲା । ମୁଖ୍ୟବକ୍ତା ଭାବେ ସଂକୁଳ ପ୍ରମୁଖ ଡଃ ଦ୍ଵାଦଶ କୁମାର ପ୍ରଧାନ ଯୋଗଦେଇ ଶତାବ୍ଦୀର ପଞ୍ଚ ପରିବର୍ତ୍ତନ କ୍ରିୟାନ୍ୱୟନରେ ଆମର ଭୂମିକା ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ସଭାପତି ଶ୍ରୀ ପୃଥ୍ୱୀରାଜ ସାହୁ ଯୋଗଦେଇ ଆଶିର୍ବଚନ ପ୍ରଦାନ କରିଥିଲେ । ଉପ ସଭାପତି ଗୋପାଳ କୃଷ୍ଣ ମିଶ୍ର, ପୂର୍ବ ଛାତ୍ର ପରିଷଦ ଟୋଲିର ଜିଲ୍ଲା ପ୍ରମୁଖ ଗୁଣନିଧି ପଟେଲ ମଞ୍ଚାସୀନ ଥିଲେ । ସଂକୁଳ ସଂଯୋଜକ ଚୈତନ୍ୟ ଭୋଇ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂକୁଳ ଅନ୍ତର୍ଗତ ୯ଟି ଶିଶୁ ମନ୍ଦିରରୁ ୧୭୦ ଜଣ ଗୁରୁଜୀ ଗୁରୁମା ଉକ୍ତ କାର୍ଯ୍ୟଶାଳାରେ ଯୋଗଦେଇଛନ୍ତି । ଉକ୍ତ କାର୍ଯ୍ୟଶାଳାଟି ତିନିଦିନ ଧରି ଚାଲିବ ଓ ୨୧ ତାରିଖରେ ଶେଷ ହେବାର ସୂଚନା ଦିଆଯାଇଛି । ଶେଷରେ ବିଦ୍ୟାମନ୍ଦିର ପ୍ରମୁଖ ଦେବରାଜ ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.