ଜଳେଶ୍ଵର : ଅନଲାଇନ୍ ଗେମ୍ ଖେଳିବାକୁ ବାରଣ କରିବାରୁ ଜଣେ ନାବାଳକ ଜୀବନ ହାରିଦେଇଛନ୍ତି । ବାଥରୁମ୍ରେ ବେକରେ ଗାମୁଛା ବାନ୍ଧି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଛନ୍ତି । ନାବାଳକଙ୍କୁ ଝୁଲନ୍ତା ଅବସ୍ଥାରେ ଗାଧୁଆ ଘରୁ ଉଦ୍ଧାର କରାଯାଇଛି । ସୂଚନାନୁଯାୟୀ, ସିଂଲା ଥାନା ଜାମଶୁଳି ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ସବୁବେଳେ ଅନଲାଇନ୍ ଗେମ୍ ଖେଳୁଥିଲେ । ଏହାକୁ ନେଇ ପରିବାର ଲୋକେ ଆକଟ କରୁଥିଲେ । ମଙ୍ଗଳବାର ସକାଳେ ନାବାଳକ ଜଣଙ୍କ ପାଠ ନପଢି ଗେମ୍ ଖେଳିବାରୁ ମା’ ବିରକ୍ତି ପ୍ରକାଶ କରିଥିଲେ । ଏଥିରେ ନାବାଳକ ଜଣଙ୍କ ରାଗିଯାଇ ଗାଧୁଆ ଘର ଭିତରେ ଗାମୁଛା ଲଗାଇ ଝୁଲି ପଡ଼ିଥିଲେ । ବହୁ ସମୟ ଧରି ନାବାଳକ ବାଥ୍ ରୁମ୍ରୁ ନବାହାରିବାରୁ ପରିବାର ଲୋକେ କବାଟ ଭାଙ୍ଗି ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ବସ୍ତା ଡ଼ାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।