oom

ଗୁଣ୍ଡିଚା ମନ୍ଦିର ନିକଟରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

jsmm

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଦୁର୍ଗୀ ଅଞ୍ଚଳରେ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ଆମ୍ବ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ଡୁମୁନେଲି ପଞ୍ଚାୟତ ଅନ୍ତର୍ଗତ ଲଟାଗୁଡ଼ା ଗ୍ରାମ ନିବାସୀ ଜଗୁଲୁ କଲକାଙ୍କ ପୁଅ ପିଣ୍ଟୁ କଲକା (୨୧) ବୋଲି ପରିବାର ପକ୍ଷରୁ ଜଣାପଡ଼ିଛି । ସୂଚନା ଅନୁସାରେ, ରଥଯାତ୍ରା ଦିନ ଯାତ୍ରା ଦେଖିବା ପାଇଁ ବାହାରିଥିବା ପିଣ୍ଟୁ, ଘରକୁ ଫେରି ନଥିଲେ । ଘଟଣା ପରେ ପରିବାର ଲୋକେ ବନ୍ଧୁବାନ୍ଧବଙ୍କୁ ପଚାରାପଚାରି କରିଥିଲେ ମଧ୍ୟ କୌଣସି ଖବର ମିଳିନଥିଲା । ତେବେ ଦୁର୍ଗୀ ଡୁମୁନେଲି ରାସ୍ତା ପାଖରେ ଲୋକେ ଯିବା ଆସିବା ବେଳେ ଦୁର୍ଗନ୍ଧ ହେବାରୁ ଯାଞ୍ଚ କରିଥିଲେ । ତା’ପରେ ମୃତଦେହ ଦେଖି ଖବର ଦିଆଯିବା ପରେ ପରିବାର ଲୋକ ଆସି ମୃତଦେହକୁ ଚିହ୍ନଟ କରିଥିଲେ । ଏହା ପରେ ବିଷମ କଟକ ଥାନାରେ ଲିଖିତ ଅଭିଯୋଗ ଦାଖଲ କରାଯାଇଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରେଜିଷ୍ଟର କରି ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଛି । ଶବ ବ୍ୟବଚ୍ଛେଦ ପାଇଁ ଚିକିତ୍ସାଳୟକୁ ପଠାଯାଇଥିବା ବେଳେ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।

jittmm
Leave A Reply

Your email address will not be published.