oom

ବନ୍ଦ ଘରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର

jsmm

କଟକ : ତିନି ଦିନ ଧରି ଘର ବନ୍ଦ ଥିଲା । ସନ୍ଦେହରେ ଲୋକେ ପୁଲିସକୁ ଖବର ଦେଇଥିଲେ । ପୁଲିସ ତହସିଲଦାରଙ୍କ ଉପସ୍ଥିତିରେ ଘର କବାଟ ଭାଙ୍ଗି ଥିଲା । ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କରିଥିଲା । ମାହାଙ୍ଗା ବ୍ଲକ ଖନ୍ଦୋଳ ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ଯେ, ମାଛୁଆତି ଅଂଚଳର ଦୁର୍ଲଭ ଭୋଇଙ୍କ ଝିଅ ଚିନ୍ମୟୀ ଭୋଇ ଖନ୍ଦୋଳ ଗ୍ରାମରେ କ୍ଷୀରୋଦ ଚନ୍ଦ୍ର ଲେଙ୍କାଙ୍କ ଘରେ ଭଡ଼ା ନେଇ ରହିଥିଲେ । ରାଇସୁଙ୍ଗୁଡା ମେଡିକାଲରେ ସେ‌ ନର୍ସ ଭାବେ କାର୍ଯ୍ୟ କରୁଥିଲେ । ସବୁଦିନ ସେ ମେଡିକାଲରେ ଡ୍ୟୁଟି କରିବାକୁ ସକାଳୁ ଯାଇ ସନ୍ଧ୍ୟାରେ ଫେରନ୍ତି । ଗତ ତିନିଦିନ ଧରି ସେ ଘରୁ ବାହାରିନଥିଲେ । ଏ ସମ୍ପର୍କରେ ପଡୋଶୀ ଓ ଘର ମାଲିକ ଜାଣିବା ପରେ ସେମାନେ ମାହାଙ୍ଗା ଥାନାକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚି ତହସିଲଦାରଙ୍କ ଉପସ୍ଥିତିରେ ଘର ଭାଙ୍ଗି ଚିନ୍ମୟୀଙ୍କ ସମେତ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି । ଏବେ ସୁଦ୍ଧା ଯୁବକଙ୍କ ପରିଚୟ ମିଳିପାରିନାହିଁ ।

jittmm
Leave A Reply

Your email address will not be published.