
ରାଉଲକେଲା : ରାଉଲକେଲା ରେଳଷ୍ଟେସନ ନିକଟସ୍ଥ ବନ୍ଧମୁଣ୍ଡାର ରେଲୱେ ୟାର୍ଡରେ ମାଲବାହୀ ଡି-ରେଲ୍ । ଟ୍ରେନର ୧୨ଟି ବଗି ରେଳଧାରଣାରୁ ଲାଇନଚ୍ୟୁତ ହୋଇଛି । ଖବର ପାଇ ରେଳବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିନ୍ତି । ତେବେ ଏହି ଦୁର୍ଘଟଣା କିଭଳି ଘଟିଲା ସେନେଇ ଏକ ଯାଞ୍ଚ କମିଟି ଗଠିତ କରାଯାଇଛି । ମାଲବାହୀ ଲାଇନଚ୍ୟୁତ ପରେ ରେଲୱ ୟାର୍ଡକୁ ଅନ୍ୟ ଟ୍ରେନ୍ ଗୁଡ଼ିକ ଯାତାୟାତ ବନ୍ଦ ରହିଛି । ବର୍ତ୍ତମାନ ସେଠାରେ ଲାଇନକୁ କ୍ଲିୟର କରାଯାଉଛି । ସୂଚନା ମୁତାବକ, ରବିବାର ସକାଳେ ମାଲବାହୀ ଟ୍ରେନ୍ଟି ୟାର୍ଡରୁ ଝାଡ଼ଖଣ୍ଡ ଯିବାର ଥିଲା । ୟାର୍ଡରୁ ବାହାରିବା ବେଳେ ଟ୍ରେନର ୧୨ଟି ବଗି ଧାରଣାରୁ ଖସିଯାଇଥିଲା । ତେବେ କେଉଁ କାରଣ ଦୁର୍ଘଟଣା ଘଟିଛି ତାହା ଜଣାପଡିନାହିଁ । ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି ।