
ବରଗଡ, (ମୁନ୍ନା ସାହୁ) : କେନାଲରୁ ଅଜଣା ଶବ ଉଦ୍ଧାର । ବରଗଡ଼ ସୁବାସ ନଗର କେନାଲରୁ ଅଜଣା ଶବ ଉଦ୍ଧାର । ସୋମବାର ସନ୍ଧ୍ୟା ୬ ଘଣ୍ଟା ସମୟରେ ବରଗଡ଼ ସହର ସ୍ଥିତ ସୁବାସ ନଗର କେନାଲରୁ ଏକ ଅଜଣା ଶବ ଭାସମାନ ଅବସ୍ଥାରେ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକେ ଶବ ଉଦ୍ଧାର କରିବା ସହ ପୋଲିସକୁ ଯୋଗାଯୋଗ କରିଥିଲେ । ଘଟଣା ସ୍ଥଳରେ ଟାଉନ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରିଛି । ଆମ୍ବୁଲାନ୍ସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ନେଇଥିଲା । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ବର୍ତ୍ତମାନ ତାହା ସ୍ପଷ୍ଟ ହୋଇନାହିଁ । ବରଗଡ଼ ଟାଉନ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।