centurian jitm

ନିଖୋଜ ନାବାଳକ ମୃତଦେହ ଉଦ୍ଧାର

nschool

ଭୁବନେଶ୍ଵର : ୨ ଦିନ ହେଲା ନିଖୋଜ ଥିଲେ, ଜଙ୍ଗଲରୁ ନାବାଳଙ୍କ ମୃତଦେହ ଠାବ । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ତୁଙ୍ଗାମାଳ ଗ୍ରାମ୍ୟ ଜଙ୍ଗଲରୁ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ସେହି ଗ୍ରାମର ବିଜୟ ମୁଣ୍ଡାଙ୍କ ପୁଅ ଅମିତ ମୁଣ୍ଡା (୧୭ ବର୍ଷ) ବୋଲି ଜଣାପଡ଼ିଛି । ପୋଲିସ ୨ ଜଣଙ୍କୁ ଅଟକ ରଖିଛି ।ସୂଚନା ଅନୁସାରେ ତୁଙ୍ଗାମାଳ ଗ୍ରାମର ଅମିତ ମୁଣ୍ଡା ଗତ ଦୁଇ ଦିନ ହେଲା ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ଆଜି ଗ୍ରାମ ନିକଟସ୍ଥ ଗିର୍ଧିନୀ ରୁଗୁଡି ଜଙ୍ଗଲରୁ ତାଙ୍କର ମୃତଦେହ ଠାବ ହୋଇଛି । ଏକ ମହୁଲ ଗଛ ମୂଳରେ ପତ୍ର ଘୋଡାହୋଇଥିବା ଅବସ୍ଥାରେ ଅମିତଙ୍କ ଶବ ମିଳିଛି । ଖବର ପାଇ କୁଣ୍ଢେଇଗୋଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି । ନାବାଳକଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ପୋଲିସ ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.