ତୁରେକେଲା ପୋଲିସ ଦ୍ୱାରା ୯ ଜଣ ଦାଦନ ଶ୍ରମିକ ଉଦ୍ଧାର

ତୁରେକେଲା, (ଅଶୋକ କୁମାର ବାଗ) : ଦାଦନ ଚାଲାଣ ବେଳେ ତୁରେକେଲା ପୋଲିସ ଦ୍ୱାରା ଚଢାଉ । ମହୁଲପାଟି ଛକ ନିକଟରେ ରାସ୍ତାରେ ପେଟ୍ରୋଲିଙ୍ଗ ସମୟରେ ଚଢାଉ କରି ୯ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି ତୁରେକେଲା ପୋଲିସ । ତୁରେକେଲା ଅଞ୍ଚଳରୁ ଦାଦନ ଚାଲାଣ ଏକ ନିୟମିତ ପ୍ରକ୍ରିୟା । ନୂଆଁଖାଇ ପରେ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଦାଦନ ଖଟିବାକୁ ଲୋକେ ବାହାର ରାଜ୍ୟକୁ ଯାଇଥାନ୍ତି । ତୁରେକେଲା ପୋଲିସ ରାସ୍ତାରେ ପେଟ୍ରୋଲିଂ କରୁଥିବା ବେଳେ ଏକ ବଲେରୋ ନଂ ଓଆର୍‌ ୦୩ଇ ୬୧୧୧ରେ କିଛି ଲୋକ ଯାଉଥିବା ଦେଖିବାକୁ ପାଇଥିଲା । ମହୁଲପାଟି ଛକ ଠାରେ ଗାଡି ଅଟକାଇ ପଚରାଉଚରା କରିବାକୁ ଚେଷ୍ଟା କରିବା ବେଳେ ଦାଦନ ସର୍ଦ୍ଦାର ଗାଡିରୁ ଓହ୍ଲାଇ ଚମ୍ପଟ ମାରୁଥିବା ସମୟରେ ତୁରେକେଲା ପୋଲିସ ତାକୁ କାବୁ କରିଥିବା ସୂଚନା ମିଳିଛି । ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରି ଥାନାକୁ ଅଣାଯାଇଥିବା ବେଳେ ସେମାନଙ୍କୁ ପଚରାଉଚରା ପରେ ସେମାନଙ୍କୁ ତୁରେକେଲା ଥାନା ସଦର ତୁରେକେଲାର ଦାଦନ ସର୍ଦ୍ଦର ସଞ୍ଜୟ ରାଉତ ସେମାନଙ୍କୁ ପ୍ରଥମେ କଣ୍ଟାବାଞ୍ଜି ଓ ପରେ ଆନ୍ଧ୍ରପ୍ରଦେଶ ରାଜ୍ୟ ଅନ୍ତର୍ଗତ ବିଜୟୱାଡା ସିଟିକୁ ଇଟାଭାଟିରେ କାମ କରାଇବା ପାଇଁ ବେଆଇନ ଭାବେ ଚାଲାଣ କରୁଥିବା ଜଣାପଡିଥିଲା । ବେଆଇନ ଦାଦନ ଚାଲାଣ କରୁଥିବା ନେଇ ତୁରେକେଲା ଥାନା କେସ୍‌ ନଂ ୨୮୯ /୨୦୨୪ରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ସମସ୍ତ ଶ୍ରମିକଙ୍କୁ ନିଜ ନିଜ ଘରକୁ ପଠାଇ ଦେଇଥିବା ବେଳେ କେସ୍‌କୁ ନେଇ ଅଧିକ ତଦନ୍ତ ଚାଲିଥିବା ତୁରେକେଲା ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

error: Content is protected !!