ହିସାବ ରକ୍ଷଣ ଓ ବିତ୍ତୀୟ ପରିଚାଳନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୫-ଟି ଉପକ୍ରମ ଆଧାରରେ ବିଭିନ୍ନ ବିଭାଗର ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀମାନେ ଅଗ୍ରଣୀ ଭୂମିକା ନିର୍ବାହ କରନ୍ତୁ ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ କହିଛନ୍ତି । ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀମାନଙ୍କ ତିନିଦିନିଆ ‘ହିସାବ ରକ୍ଷଣ ଓ ବିତ୍ତୀୟ ପରିଚାଳନା’ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଶ୍ରୀ ସିଂ କହିଥିଲେ ଯେ, ଅଧିକାରୀମାନଙ୍କ ପ୍ରଶିକ୍ଷଣ ଫଳରେ ସେମାନେ ଅଧିକ ଦକ୍ଷତାର ସହ ସରକାରୀ କାର୍ଯ୍ୟର ସଫଳ ରୂପାୟନ କରିପାରିବେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.