ଏସ୍‌ସିବି ମେଡିକାଲରେ ଉଦ୍‌ଘାଟିତ ହେଲା ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌

କଟକ : କଟକ ଏସ୍‌ସିବି ମେଡିକାଲ କଲେଜରେ ଉଦ୍‌ଘାଟିତ ହେଲା ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ ଓ ଆଉଟଡୋର । ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏହି ଟ୍ରାନ୍ସପ୍ଲାଣ୍ଟ ୟୁନିଟର ଉଦ୍‌ଘାଟନ କରିଛନ୍ତି । ଏଣିକି ଆକ୍ରାନ୍ତମାନେ ଟ୍ରାନ୍ସପ୍ଲାଣ୍ଟ ପାଇଁ ନୂଆ ଲିଭର ଟ୍ରାନ୍ସପ୍ଲାଣ୍ଟ ଆଉଟଡୋରରେ ପଞ୍ଜିକରଣ କରିପାରିବେ । ପ୍ରାୟ ଦଶ କୋଟି ଟଙ୍କା ବ୍ୟୟରେ ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଏସ୍‌ସିବିରେ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି । ଆସନ୍ତା ଦୁଇ ମାସ ଭିତରେ ପ୍ରଥମ ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ଲିଭର ଡୋନର ଓ ଯେଉଁମାନଙ୍କର ଟ୍ରାନ୍ସପ୍ଲାଣ୍ଟ ହେବ ସେମାନେ ରେଜିଷ୍ଟ୍ରେସନ କରିସାରିଛନ୍ତି । ଡିସେମ୍ବର ସୁଦ୍ଧା ଟ୍ରାନ୍ସପ୍ଲାଣ୍ଟ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.