ମାଣ୍ଡୋସିଲ କପ୍ ଉଦଘାଟିତ : ଝିଟିକିକୁ ହରାଇ ସେମିରେ ଭେରୁଆମୁଣ୍ଡା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ବଡ଼ ଖେଳ ପଡିଆରେ ଚାଲିଥିବା ୨୬ତମ ମାଣ୍ଡୋସିଲ କ୍ରିକେଟ କପ୍ ଉଦଘାଟିତ ହୋଇଯାଇଛି । ମାଣ୍ଡୋସିଲ ସରପଞ୍ଚ ଓମ ପ୍ରକାଶ ନାୟକ ଯୋଗଦେଇ ଉଦଘାଟନ କରିଥିଲେ । କାଂସଡା ଓ ଛିନ୍ଦେଇକେଲା ମଧ୍ୟରେ ଉଦଘାଟନୀ ମ୍ୟାଚ କାଂସଢା ବିଜୟୀ ହୋଇଥିଲା । ଦ୍ୱିତୀୟ ମ୍ୟାଚରେ ଭେରୁଆମୁଣ୍ଡା ଓ ଭୁତମୁଣ୍ଡା ମଧ୍ୟରେ ଭେରୁଆମୁଣ୍ଡା ବିଜୟୀ ହୋଇଥିଲେ । ତୃତୀୟ ମ୍ୟାଚରେ ଭେରୁଆମୁଣ୍ଡା ଓ କାଂସଡା ମଧ୍ୟରେ ଭେରୁଆମୁଣ୍ଡା ବିଜୟୀ ହୋଇଥିଲେ । ଚତୁର୍ଥ ମ୍ୟାଚରେ ଝିଟିକି ଓ ପୁରେନା ମଧ୍ୟରେ ଝିଟିକି ବିଜୟୀ ହୋଇଥିଲେ । ଝିଟିକି ଓ ଭେରୁଆମୁଣ୍ଡା ମଧ୍ୟରେ ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ଭେରୁଆମୁଣ୍ଡା ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଥିଲା । ଦେବ ସିଂ ଭରାସାଗର, ହେମାନନ୍ଦ ବିଶ୍ୱାଳ, ନରେଶ ବିଶ୍ୱାଳ ଓ ଅଶୋକ ବାରିକ ଅମ୍ପାୟାର ଥିଲେ । ବିଜୟ ବରିହା ସ୍କୋରର ଥିବା ବେଳେ ଦୁଃଖିଶ୍ୟାମ ସରିଆ ଓ ମନୋରଞ୍ଜନ ମଲ୍ଲିକ ଧାରା ବିବରଣୀ ପ୍ରଦାନ କରିଥିଲେ । ଏଥିରେ ଳଳିତ ଜଗତ, ଗୋକୁଳ ବିଶ୍ୱାଳ, ଗୋବର୍ଦ୍ଧନ ଭୋଇ, ଅନିଲ ଦାଶ, ନିର୍ମଳ ନାୟକ, ବେଦବ୍ୟାସ ପୁଟା, ରାଜୁ ପୁଟା, ମହେଶ ନାୟକ, ମନୋଜ କୁମ୍ଭାର, ମହେନ୍ଦ୍ର ଶବର, ଲୋକନାଥ ନାୟକ, ଦୁଷ୍ମନ୍ତ କୁମାର ସାହୁ, ତାପସ ରଞ୍ଜନ ସାହୁ, ମାନସ ନାୟକଙ୍କ ସମେତ କ୍ଲବ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.