ସାଲେଭଟା, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ମୁରଷୁଣ୍ଡ ମିନିଷ୍ଟାଡିୟମରେ ବ୍ଲକ ସ୍ତରୀୟ ବିଧାୟକ କପ ଫୁଟବଲ ପ୍ରତିଯୋଗିତା ୨୦୨୬ ଉଦଘାଟିତ ହୋଇଯାଇଛି । ପ୍ରତିଯୋଗିତାର କାର୍ଯ୍ୟକାରୀ ସଭାପତି ପିତାମ୍ବର କଣ୍ଟାଙ୍କ ନେତୃତ୍ୱରେ ଆୟୋଜିତ ଉଦଘାଟନୀ ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ମୁରଷୁଣ୍ଡ ପେକ୍ସ ସଭାପତି ଜଗବନ୍ଧୁ ପଧାନ, ପଟୁଆପାଲି ସରପଞ୍ଚ ରବିଚନ୍ଦ୍ର ବସ୍ତିଆ. ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗନ୍ନାଥ ପଧାନ ସମ୍ମାନିତ ଅତିଥି ଭାବରେ ମଂଚାସୀନ ଥିଲେ । ଆଗଲପୁର ଓ ନୁନିଆପାଲି ଦଳ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ ଖେଳା ଯାଇଥିଲା । ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଖେଳ ଅମୀମାଂଶିତ ରହିବାରୁ ଟ୍ରାଇବ୍ରେକରର ସହାୟତା ନିଆଯାଇଥିଲା ଓ ଏଥିରେ ଆଗଲପୁର ଦଳ ବିଜୟୀ ହୋଇଥିଲା । କରୁଣା ପଧାନ, ଗୋପାଳ ପଧାନ, ସନ୍ଦୀପ ତରିଆ ଖେଳ ପରିଚାଳନା କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସଭାପତି ରାମଚନ୍ଦ୍ର ସାହୁ ଯୁବମୋର୍ଚା ସଭାପତି ଲୋକାରାମ ସାହୁ ପଂଚାୟତ ପ୍ରମୁଖ ଶାନ୍ତନୁ ପଧାନ ମୁକେଶ ଥପା, ଅସୀମ ସାହୁ, ପ୍ରଶାନ୍ତ ଶିଖା, ଡିଙ୍ଗର ଜାଲ, କ୍ଷୀରୋଦ୍ର ତ୍ରିପାଠୀ ଉପସ୍ଥିତ ଥିଲେ । ମୁରଷୁଣ୍ଡ ସ୍ପୋର୍ଟ୍ସ ଆସୋସିଏସନ ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ପଲ୍ଲୀଆଲୋକ ପାଠାଗାର ନଅଗାଁ (ଖ) ଆନୁକୂଲ୍ୟରେ ଚାଲିଥିବା ଏହି ପ୍ରତିଯୋଗିତା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଅନୁଷ୍ଠାନର ମୁଖ୍ୟ ପ୍ରଶାନ୍ତ ନାୟକ ସୂଚନା ଦେଇଛନ୍ତି ।
Next Post