ମହୁଲପଡା ସେବାଶ୍ରମ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉଦଘାଟିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ମହୁଲପଡା ସେବାଶ୍ରମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ କମଳ ସିଂ ମାଝୀଙ୍କ ନେତୃତ୍ୱରେ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବାବେବୀର ସିଆରସିସି ମଧୁସୂଦନ ମାଝୀ ପତାକା ଉତ୍ତୋଳନ କରି ବାର୍ଷିକ କ୍ରୀଡ଼ାର ଶୁଭାରମ୍ଭ କରିଥିଲେ । ସର୍ବପ୍ରଥମେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଗ୍ରାମଦେବୀ ପୀଠରୁ ମଶାଲ ଶୋଭାଯାତ୍ରା ହୋଇ ବିଭିନ୍ନ ଖେଳ ପ୍ରତିଯୋଗିତାର ଆରମ୍ଭ କରାଯାଇଥିଲା । ବିଦ୍ୟାଳୟର ଜୁନିଅର ଓ ସବଜୁନିଅର ବିଭାଗରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଦୌଡ, ଲମ୍ବଡିଆଁ, ପୁଚି, ରଶି ଡିଆଁ, କେରମ, ଲୁଡୁ, ବେଟ୍ ବିଣ୍ଟନ, ମ୍ୟୁଜିକ୍ ଚେୟାର ଏଭଳି ଅନେକ ଖେଳ ଆୟୋଜିତ ହୋଇଥିଲା । ପ୍ରଧାନ ଶିକ୍ଷକଙ୍କ ସୂଚନା ଅନୁସାରେ ଆଗାମୀ ବିଦ୍ୟାଳୟର କ୍ରୀଡା ଉତ୍ସବରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ ସହ ସାର୍ଟିଫିକେଟ ପ୍ରଦାନ କରାଯିବ । ଏହି କ୍ରୀଡ଼ା ପ୍ରତିଯୋଗିତାରେ ବିଦ୍ୟାଳୟ ଶିକ୍ଷକ ଡିସମ୍ବର ମେହେର, ଜ୍ୟୋସ୍ନାମୟୀ ଜଗତ, ମୋନାଲିସା ପତୀ ସହଯୋଗ ପ୍ରଦାନ କରିଥିଲେ ।

Leave A Reply

Your email address will not be published.