ରୋତ କଲେଜର ୪୨ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତର ୪୨ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରଦୀପ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ବ୍ଲକ ଉନ୍ନୟନ ଅଧିକାରୀ ମହାପାତ୍ର କୁଳଦୀପ ମହାନ୍ତି ମୁଖ୍ୟଅତିଥି ଭାବରେ ଯୋଗଦାନ କରି କ୍ରୀଡ଼ା ଜ୍ୟୋତି ସ୍ଥାପନ ପୂର୍ବକ ଉଦଘାଟନ କରିଥିଲେ । କ୍ରୀଡ଼ା ସଂସଦର ଉପ-ସଭାପତି ଅଧ୍ୟାପକ ଆର୍ଯ୍ୟେନ୍ଦୁ କୁମାର ମେହେର ପ୍ରତିଯୋଗିମାନଙ୍କୁ ଶପଥପାଠ କରାଇଥିଲେ । ଅଧ୍ୟାପକ ଡକ୍ଟର ଲିଙ୍ଗରାଜ ମେହେର ସଭା ସଂଯୋଜନା କରିଥିବା ବେଳେ ମାନସ କୁମାର ଧନ୍ୟବାଦ ଅର୍ପଣ କରିଥିଲେ । ଡକ୍ଟର ସୋମନାଥ ପଧାନଙ୍କ ରଚନା ଓ ନିର୍ଦ୍ଦେଶନାରେ ଛାତ୍ରୀ ଜ୍ୟୋସ୍ନା ସାହୁ, ନମିତା ସାହୁ, ତୁଳସୀ ସାହୁ, କବିତା ସାହୁ, ଜୟଶ୍ରୀ ପଧାନ ଓ ଲିପିରାଣୀ ପଧାନ ସ୍ୱାଗତ ସଙ୍ଗୀତ ଗାନ କରଥିଲେ । ସୁମିତ ପଟେଲଙ୍କ ନେତୃତ୍ୱରେ ଶ୍ୟାମଶେଖର ପଧାନ, ହିମାଂଶୁ ସାଗର, ଦୁର୍ଯ୍ୟୋଧନ ବାଗ, ଆୟୁଷ ପଟେଲ, ଦୀପକ ପଟେଲ ପ୍ରଭୃତି ରୋତର ଜଗନ୍ନାଥ ମନ୍ଦିରରୁ କ୍ରୀଡା ଜ୍ୟୋତି ଆଣିଥିଲେ । ଏଥିରେ ମହାବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ଏନ୍.ସି.ସି, ଏନ୍.ଏସ୍.ଏସ୍ ଓ ଯୁବ ରେଡକ୍ରସର ସ୍ୱେଚ୍ଛାସେବୀମାନଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀବୃନ୍ଦ ବିଶେଷ ସହଯୋଗ କରିଥିଲେ । ପ୍ରକାଶ ଥାଉକି ଦୀର୍ଘ ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କ୍ରୀଡ଼ା ଉତ୍ସବରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଶ୍ରେଣୀର ଉଭୟ ବାଳକ ଓ ବାଳିକା ବର୍ଗରେ ମୋଟ ପଚାଶରୁ ଅଧିକ ପ୍ରତିଯୋଗିତା ଅନୁଷ୍ଠିତ ହେବ ।

Leave A Reply

Your email address will not be published.