ନଟରାଜ କଳା ପରିଷଦର ନାଟକ ମହୋତ୍ସବ ଉଦ୍‌ଘାଟିତ

  • ‘ବା’ ଓ ‘ଯାଦୁବାଲା’ ଦର୍ଶକଙ୍କ ମନ ମୋହିଲା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କୋଶଳ କଳା ମଣ୍ଡଳ ପଡିଆର ପୁରୁଣା ମଂଚରେ ନାଟକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ନଟରାଜ କଳା ପରିଷଦ ଦ୍ୱାରା କୋଶଲି ଭାଷାରେ ୬ଟି ନାଟକ ଆୟୋଜିତ ହେବାକୁ ଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ ଡ. ଶ୍ରୀକର ମିଶ୍ର ସଭା ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥିô ରୂପେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ସମ୍ମାନିତ ଅତିଥି ଭାବେ ଗୌରାଧ୍ୟକ୍ଷା ଲିକା ସାହୁ ଏବଂ ପ୍ରଶାନ୍ତ ଖମାରୀ, କମିଟି ସଭାପତି ହରିନାରାୟଣ ପୁଜାରୀ ମଂଚାସୀନ ହୋଇଥିବା ବେଳେ ସତ୍ୟବ୍ରତ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ନାଟ୍ୟ ମହୋତ୍ସବରେ ସ୍ୱର୍ଗତ ସୁବାଷ ପୁଝାରୀଙ୍କ ସ୍ମୃତିରେ କୋଶଲ ଗୌରବ ନାଟ୍ୟ ସମ୍ମାନ ଅବଦୁଲ ଜମାଲ ଖାନଙ୍କୁ ପ୍ରଦାନ କରାଯାଇଥିଲା । ନାଟକ ‘ବା’ ଗୋଟିଏ ଅସ୍ଥିର ପ୍ରଶ୍ନ । ଗୋଟିଏ ପିଲାର ଜୀବନର ଭଲ ପରିଚୟ ହେଉଛି ସେ ଡାକୁଥିବା ଗୋଟିଏ ଶବ୍ଦ ‘ବା’ର ପରିଚୟ ଖୋଜୁଥିବା ସମାଜରେ ଖୋଜି ଖୋଜି ବିଭିନ୍ନ ଲୋକଙ୍କୁ ବା ଡାକୁଥିବା ବେଳେ ପରିଚୟ ନ ପାଇ ନିରାଶ ହୋଇ ଶେଷରେ ଅସହାୟ, ଅବହେଳିତ ପ୍ରେମକୁ ଥରେ ବି ପାଇ ନ ଥିବାର ପିଲା ନିଜର ଦୁର୍ବଳତାର ସମାଧାନ ଲାଗି ଗୋଟିଏ ଭୟଙ୍କର ବାଟ ବାଛି ନେଇଛି ଏବଂ ହାରି ଦେଇଛି ଜୀବନ କୁ । ଅପରାଧ କାହାର କି ସମାଜର ? ଏହି ନାଟକକୁ ନିର୍ଦ୍ଦେଶନା ଦେଇଛନ୍ତି ପ୍ରହଲ୍ଲାଦ ଦର୍ଜି, ନାଟକ ଲେଖିଛନ୍ତି ଅଶୋକ ବହିଦାର । ସଂଗୀତ ନିର୍ଦ୍ଦେଶକ ଦିଲୀପ ସିଂଦେଓ ଏବଂ ଜୟପ୍ରକାଶ ପୁଝାରୀ । ଦ୍ୱିତୀୟ ନାଟକ ‘ଯାଦୁବାଲା’ ତାର ଯାଦୁରେ ସମସ୍ତଙ୍କୁ ଖୁସି ଦେଉଥିବା ବେଳେ ନିଜେ ଅନ୍ଧକାରରେ ଅପାରୁ ଏବଂ ଗରିବି ମଧ୍ୟରେ ଜୀବନ କାଟୁଛି । କମ୍‌ ଆୟ ଅପରାଧ ନୁହଁ, ସହଯୋଗ, ବୁଝାମଣା ଓ ମାନବିକତାର ପରିଚୟ ଦେଇଛି ଏହି ନାଟକ । ଏହାକୁ ରବିନ ଦର୍ଜି ଲେଖିଥିବା ବେଳେ ରାମ ପ୍ରସାଦ ଦାଶ ନିର୍ଦ୍ଦେଶନା ଦେଇଥିଲେ ।

Leave A Reply

Your email address will not be published.