- ଓଡିଶା ବନାମ କର୍ଣ୍ଣାଟକ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା କ୍ରିକେଟ ଏସୋସିଏସନ ଓ ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଓଡିଶା ବନାମ କର୍ଣ୍ଣାଟକ ୪ ଦିବସୀୟ କୁଚ୍ ବେହାର ଟ୍ରଫିର ଉଦ୍ଘାଟନୀ ଉତ୍ସବ ଆୟୋଜିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଉଭୟ ଦଳର ଖେଳାଳିଙ୍କ ସହ କରମର୍ଦ୍ଦନ ପୂର୍ବକ ଶୁଭେଚ୍ଛା ଜ୍ଞାପନ କରିଥିଲେ । ସମ୍ମାନିତ ଅତିଥି ଭାବେ ତରଣୀସେନ ସୁନା ପ୍ରକଳ୍ପ ନିର୍ଦ୍ଦେଶକ, ଡିଆରଡିଏ ବଲାଙ୍ଗିର, ପୌର କାର୍ଯ୍ୟାଳୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରା ଯୋଗଦାନ କରି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୂଜାରୀଙ୍କ ଆବାହକତ୍ୱ ଓ କାର୍ଯ୍ୟକାରୀ ସଭାପତି ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆୟୋଜନରେ ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ପ୍ରହଲ୍ଲାଦ ଶତପଥି, ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ହେମନ୍ତ ବେହେରା, ଫୁଟବଲ ସଂପାଦକ ଶରତ ନନ୍ଦ, କ୍ରୀଡା ସଂପାଦକ ବିଭୂତି ପଣ୍ଡା, ବରିଷ୍ଠ ସଭ୍ୟ ରମେଶ ଚନ୍ଦ୍ର ପୁରୋହିତ, ରମାକାନ୍ତ ସେଠ, ସୁଧିର ଚନ୍ଦ୍ର ପଣ୍ଡା, ରାଜେନ୍ଦ୍ର ପୁରୋହିତ, ପ୍ରଭାତ କୁମାର ମିଶ୍ର, ସୂର୍ଯ୍ୟ ମିଶ୍ର, ରୁରାଲ ସ୍ପୋଟ୍ସ ଓ ଭଲିବଲ ସଂପାଦକ ସଂଗ୍ରାମ ବହିଦାର ଓ ଓଡିଶା ଟିମ୍ ମ୍ୟାନେଜର ପୃଥ୍ୱୀରାଜ ମିଶ୍ର ତଥା ସଭ୍ୟ ଡ. ସିଦେ୍ଧଶ୍ୱର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଅମିତ ମଛଖଣ୍ଡ, ହୃଦୟ ଶବର, ମୁନସୀ ସୋରେନ, ହରିରାମ ପାଢି, ଦଶରଥ କୁମ୍ଭାର, ଜିତୁ କୁମାର ଦଲାଇ, ସୁମନ୍ତ କୁମାର ଦାଶ ପ୍ରମୁଖ ସହଯୋଗ କରିଥିଲେ । ଆଜି ଟସ୍ ଜିଣି ଓଡିଶା ଦଳ ପ୍ରଥମେ ବ୍ୟାଟିଂ କରି ସମୁଦାୟ ୧୭୦ ରନ୍ ସଂଗ୍ରହ କରି ସମସ୍ତ ୱିକେଟ ହରାଇଥିଲେ । ଓଡିଶା ଦଳ ତରଫରୁ ସଫଳ ବୋଲର ଭାବେ ଅଭିରୂପ ଦାଶ ସର୍ବାଧିକ ୪୮ ରନ୍ , ଆଦିତ୍ୟ ରଂଜନ ରାଏ ୩୧ ରନ ଓ ସୟଦ ଟଫେଲ ୨୦ ରନ୍ ସଂଗ୍ରହ କରିଥିଲେ । କର୍ଣ୍ଣାଟକର ସଫଳ ବୋଲର ଭାବେ ଅକ୍ସଦ ପ୍ରଭାକର ସର୍ବାଧିକ ୫ ଗୋଟି ୱିକେଟ ଓ ଇସା ପଟେକ୍ ୩ ଗୋଟି ୱିକେଟ ଅକ୍ତିଆର କରିଥିଲେ । କର୍ଣ୍ଣାଟକ ଦଳ ଆଜି ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୧ ୱିକେଟ ହରାଇ ୪୪ ରନ୍ ସଂଗ୍ରହ କରିଛନ୍ତି । ଓଡିଶା ଦଳ ତରଫରୁ ଶିବୁ ନନ୍ଦ ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି ।