ଟାଙ୍ଗଣାପଲ୍ଲୀ ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଳକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଶ୍ରୀ ନୀଳକଣ୍ଠେଶ୍ଵର ବିଦ୍ୟାପୀଠର ବାର୍ଷିକ କ୍ରୀଡା ଉତ୍ସବ ପ୍ରଧାନଶିକ୍ଷକ ବିଷ୍ଣୁ ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ରୂପେ ଗଞ୍ଜାମ ଜିଲ୍ଲା କ୍ରୀଡା ପରିଦର୍ଶକ ଭାଗିରଥି ସ୍ୱାଇଁ ଯୋଗଦେଇ ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା ମନୋଭାବ ନେଇ ଅଧ୍ୟୟନ ସହ ଖେଳ କୁଦରେ ଅଂଶଗ୍ରହଣ କରି ବିଦ୍ୟାଳୟର ସୁନାମ ବଢାଇବା ପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ରୂପେ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ରାଜ୍ୟସରକାରଙ୍କ ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ବିଦ୍ୟାଳୟରେ ନିଜର ଛାତ୍ର ଜୀବନର ଓ ଶିକ୍ଷକ ସମୟର ସ୍ମୃତିଚାରଣ କରି ବିଦ୍ୟାର୍ଥୀମାନେ ନାସ୍ତିବାଚକ ଚିନ୍ତା ପରିହାର କରି ନିର୍ଦ୍ଧିଷ୍ଟ ଲକ୍ଷ୍ୟ, ଜ୍ଞାନ ଅର୍ଜନ, କଠିନ ପରିଶ୍ରମ ଓ ନିରନ୍ତର ଅଧ୍ୟବ୍ୟସାୟ ସହ ପରିଶ୍ରମ କରିବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ତଥା ପୁରାତନ ଛାତ୍ର ବି. ସୁଦାମ ବିଦ୍ୟାଳୟର ସୁନାମ ଆଣିବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ରୂପେ ସମିତି ସଭ୍ୟ ପ୍ରତିନିଧି ଅମରେଶ୍ୱର ସାହୁ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟର କ୍ରୀଡା ଶିକ୍ଷୟିତ୍ରୀ ନନ୍ଦିନୀ ସେଠି କ୍ରୀଡା ଉତ୍ସବର ବିବରଣୀ ପ୍ରଦାନ କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ବିଷ୍ଣୁ ପ୍ରିୟା ପାଢ଼ୀ, ଯୁଧିଷ୍ଠିର ବେହେରା, ଏନ୍‌ସିସି ଅଫିସର ସୁଧାକର ବଳି, ବିଜୟ ଲକ୍ଷ୍ମୀ ପାତ୍ର, ଜୟଶ୍ରୀ ଦୋରା, କୈଳାଶ ବେହେରା, ଉଷାରାଣୀ ମିଶ୍ର, ଭାଗିରଥି ମିଶ୍ର, ବିଜୟ କୁମାର ସାହୁ, ସସ୍ମିତା ବେହେରା, ପର୍ଶୁରାମ ପାତ୍ର ପ୍ରମୁଖ ଖେଳ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ଅଭିରାମ ସାହୁ ମଞ୍ଚ ସଂଯୋଜନା କରିଥିଲେ । ମୁଖ୍ୟଅତିଥି କ୍ରୀଡା ଉତ୍ସବ ପତାକା ଉତ୍ତୋଳନ କରିଥିଲେ । ଶେଷରେ ପ୍ରଥମ ଦିବସର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

Leave A Reply

Your email address will not be published.