ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର କୁଲପଡ଼ା ଠାରେ ସଂସ୍କୃତି ଓ କଳା ପରିଷଦ ଓଡିଶା ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ଶାଖାର ନୂତନ କାର୍ଯ୍ୟାଳୟକୁ କଳା ପରିଷଦର ରାଜ୍ୟ ଅଧ୍ୟକ୍ଷ ଲକ୍ଷ୍ମୀଧର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଜିଲ୍ଲା ସଭାପତି ତଥା ବିଶିଷ୍ଠ ଗୋସେବକ ପବନ କୁମାର ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ସମ୍ପାଦକ ପଣ୍ଡିତ ବିଶେଶ୍ୱର ପାଣିଗ୍ରାହୀ ପରିଚୟ ପ୍ରଦାନ, ଉପଦେଷ୍ଟା ପ୍ରମୋଦ କୁମାର ଚାନ୍ଦ, ଭାବଗ୍ରାହୀ ମିଶ୍ର, ପ୍ରଫୁଲ୍ଲ କୁମାର ମିଶ୍ର, ଉପ ସଭାପତି ସନ୍ତୋଷ କୁମାର ଚାନ୍ଦ ସହ -ସମ୍ପାଦିକା ରିନା ମହଲା, ସଙ୍ଗଠନ ସମ୍ପାଦକ ରଘୁମଣି ସାହୁ, କୋଷାଧ୍ୟକ୍ଷ ଅଜୟ ଅଗ୍ରୱାଲ, ଆଇନ ପରାମର୍ଶଦାତା ଭିକାରୀ ଝାଙ୍କର, ଭଗବତୀ ରାୟଗୁରୁ, ରାକ୍ଷୀ ଅଗ୍ରୱାଲ, ଆରତୀ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିବାବେଳେ ସମସ୍ତ ବ୍ଲକର କାର୍ଯ୍ୟକର୍ତ୍ତା ମାନେ ସହଯୋଗ କରିଥିଲେ । ଆସନ୍ତା ଜାନୁଆରୀ ୨୬ ତାରିଖ ଦିନ ନୂତନ ଭାବେ ପୁନଃରୁଦ୍ଧାର କରାଯାଇଥିବା ଶ୍ରୀ ଗୋପାଳ କାମଧେନୁ ଗୋସେବା କେନ୍ଦ୍ରର ଗୋ ଯଂଜ୍ଞ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଯାଇ ପରିଷଦର ମୁଖ୍ୟ ପୃଷ୍ଠପୋଷକ ଡ଼ଃ. ପ୍ରଭାତ ରଂଜନ ବିଶ୍ୱାଳଙ୍କୁ ମୁଖ୍ୟ ଅତିଥି ଭାବେ ଏବେ ରାଜ୍ୟ ଅଧ୍ୟକ୍ଷ ଲକ୍ଷ୍ମୀଧର ସାହୁ ସ୍ୱତନ୍ତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେବାପାଇଁ କମିଟି ତଥା ସର୍ବସାଧାରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା । ଏଥିପାଇଁ ଭାଗବତ ଟୁଙ୍ଗି, ଗୋସେବା କେନ୍ଦ୍ର, କଳାକାର ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ପାଇଁ ସଭାପତି ପବନ କୁମାର ଅଗ୍ରୱାଲ ଓ ସମ୍ପାଦକ ପଣ୍ଡିତ ବିଶେଶ୍ୱର ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ ଆସନ୍ତା ୪ ତାରିଖ ଦିନ କଟକ ମୁଖ୍ୟ କାର୍ଯ୍ୟାଳୟ ଠାରେ ସାକ୍ଷାତ କରି ଆଲୋଚନା କରିବେ ବୋଲି ପ୍ରକାଶ କରିଥିଲେ ।