- ପ୍ରଥମ ଦିନରେ ତୁର୍ଲାକୁ ପରାସ୍ତ କରି ବଡ଼-ପତ୍ରାପାଲି ବିଜୟୀ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ତେନ୍ତୁଳୀଖୁଣ୍ଟି ଗ୍ରାମରେ ‘ଜୟ ମା ସୁନ୍ଦର ଯାନୀ’ କ୍ରିକେଟ କ୍ଲବ ୨୦୨୫ ୬ଷ୍ଠ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶନିବାର ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ଗ୍ରାମର ସ୍ୱେଚ୍ଛାସେବୀ ଉମାକାନ୍ତ ଛତ୍ରିଆ, ସୁଦର୍ଶନ ମହାକୁର, କବିଦ ବାଗ, ମତିରାମ ଯାନୀ, ଚୂଡ଼ାମଣି ଦୀପ, ମଧୁ ବାଗ, ମତିନ୍ଦ୍ର ବାଗ, ବସନ୍ତ ଯାନୀ ପ୍ରମୁଖ ଅତିଥି ରୂପେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ୬ଷ୍ଠ ଦିବସୀୟ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଗୋଟି ଦଳ ଅଂଶଗ୍ରହଣ କରିବେ ବୋଲି ଆୟୋଜକ କମିଟି ସୂଚନା ଦେଇଛନ୍ତି । ଉଦଘାଟିତ ପ୍ରଥମ ଦିନର ମ୍ୟାଚରେ ତୁର୍ଲାକୁ ପରାସ୍ତ କରି ବଡ଼-ପତ୍ରାପାଲି ବିଜୟ ହୋଇଥିଲା । କ୍ରିକେଟ କ୍ଲବ ସଭାପତି ଜଗମୋହନ ଯାନୀ, ଉପସଭାପତି କୁନା ନାୟକ, ସମ୍ପାଦକ କିଷାନ ଯାନୀଙ୍କ ସହ କ୍ଲବର ସମସ୍ତ ସଦସ୍ୟଙ୍କ ସହ ଗ୍ରାମବାସୀ ସହଯୋଗ କରୁଛନ୍ତି ।