oom

ସୁନ୍ଦରଗଡଠାରେ ଜିଲ୍ଲା ସ୍ତରୀୟ ବିକାଶ ମେଳା କାର୍ଯ୍ୟକ୍ରମ ଉଦଘାଟିତ

jsmm

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ପାଳନ ଅବସରରେ ସୁନ୍ଦରଗଡଠାରେ ଆୟୋଜିତ ହୋଇଯାଇଛି । ଜିଲ୍ଲା ସ୍ତରୀୟ ବିକାଶ ମେଳା । ସ୍ଥାନୀୟ ଯତରା ପଡିଆଠାରେ ଆୟୋଜିତ ବିକାଶ ମେଳାକୁ ମାନ୍ୟବର ମନ୍ତ୍ରୀ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ସୁରେଶ ପୂଜାରୀ ମୁଖ୍ୟ ଅତିଥି ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି । ଏହି ଅବସରରେ ମାନ୍ୟବର ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ମାନ୍ୟବର ରଘୁନାଥପାଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ସୁନ୍ଦରଗଡ଼ ପୌରାଞ୍ଚଳ ଅଧ୍ୟକ୍ଷା ତନୟା ମିଶ୍ର ସଦୟ ଉପସ୍ଥିତ ଥିଲେ । କାର୍ଯକ୍ରମରେ ଜିଲ୍ଲାପାଳ ମନୋଜ ମହାଜନ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହିତ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ, କାର୍ଯ୍ୟକ୍ରମ ଆଦି ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ନିଜର ସୁନ୍ଦରଗଡ ଜିଲ୍ଲାରେ ରହଣି ତଥା ପାଠ ପଢା ସମୟର ଅନୁଭୂତି ବାଣ୍ଟି ଥିଲେ । ସେହିଭଳି ସରକାରୀ କାର୍ଯ୍ୟାଳୟକୁ କୌଣସି କାର୍ଯ୍ୟ ପାଇଁ ଆସୁଥିବା ସମସ୍ତ ହିତାଧିକାରୀମାନଙ୍କୁ ଭଲ ବ୍ୟବହାର ପ୍ରଦାନ କରିବା, ସେମାନଙ୍କର ଅସୁବିଧା, ଅଭିଯୋଗ ଆଦିକୁ ଶୁଣିବା ଏବଂ ସେଗୁଡ଼ିକର ସମାଧାନ ଦିଗରେ ସମସ୍ତ ଅଧିକାରୀ ବିଶେଷ ଗୁରୁତ୍ଵ ଦେବାକୁ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ ଏବଂ ଜନସାଧାରଣଙ୍କର ସମସ୍ୟା ଗୁଡ଼ିକର ଦୂରୀକରଣ ଏବଂ ସମସ୍ତ ସରକାରୀ ଯୋଜନା ଗୁଡ଼ିକୁ ଜନସାଧାରଣମାନଙ୍କ ନିକଟରେ ପହଞ୍ଚାଇବା ଉପରେ ଗୁରୁତ୍ଵାରୋପ କରିଥିଲେ । ଏଥି ସହିତ ନୂଆ ଓଡ଼ିଶା, ବିକଶିତ ଓଡ଼ିଶା ଗଠନ କରିବା ନିମନ୍ତେ ସମସ୍ତଙ୍କ ସହଯୋଗ ଏବଂ ସହଭାଗିତା କାମନା କରିଥିଲେ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ପତାକା ଦେଖାଇ ଜିଲ୍ଲାସ୍ତରୀୟ ବିକାଶ ବାହନ ଯାତ୍ରାର ଶୁଭାରମ୍ଭ କରିଥିଲେ । ଆଜିଠୁ ସାରା ଜିଲ୍ଲାରେ ଏହି ବିକାଶ ବାହନ ବୁଲି ବର୍ଷକ ଭିତରେ ରାଜ୍ୟ ସରକାରଙ୍କ ଉପଲବ୍ଧିକୁ ପ୍ରଚାର ପ୍ରସାର କରିବ । ଏହି ବାହନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ସହ ସଚେତନତା ସୃଷ୍ଟି କରିବ । ଯେଉଁସବୁ ପଞ୍ଚାୟତ ଅଞ୍ଚଳରେ ଏହି ବାହନ ପହଞ୍ଚିବ ସେହି ଅଞ୍ଚଳରେ ଅଧିକାରୀ ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇବା ସହ ଜମି ପଟ୍ଟା ବଣ୍ଟନ ସହ ରାସନ କାର୍ଡ ବଣ୍ଟନ ଓ ବିଭିନ୍ନ ଉପଭୋକ୍ତାଙ୍କ ମୌଳିକ ଅଧିକାର ଗୁଡିକ ଉପଲବ୍ଧ କରାଇବେ । କାର୍ଯ୍ୟକ୍ରମରେ ଅତିଥିମାନଙ୍କ ଦ୍ୱାରା ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳାର ଉଦଘାଟିତ ହୋଇଥିଲା । ମେଳାରେ ଜିଲ୍ଲାର ସମସ୍ତ ବ୍ଲକର ସ୍ଵୟଂ ସହାୟକ ଗୋଷ୍ଠୀ ସଭ୍ୟାମାନଙ୍କ ଦ୍ଵାରା ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରି ବିକ୍ରି କରାଯାଉଛି । ଏଥିରେ ବିଭିନ୍ନ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ ଗୁଡ଼ିକ ଉପଲବ୍ଧ ହେଉଛି । କାର୍ଯ୍ୟକ୍ରମରେ ଅତିଥି ମାନଙ୍କ ଦ୍ୱାରା ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ, ଯୋଜନା, କାର୍ଯ୍ୟକ୍ରମ ଆଦି ନେଇ ପ୍ରସ୍ତୁତ ହୋଇଥିବା “ବିକାଶ ପତ୍ରିକା” ର ଉନ୍ମୋଚନ କରାଯାଇଥିଲା । ଏଥିସହ ଜିଲ୍ଲାର ବିକାଶ ସମ୍ବନ୍ଧୀୟ ଏକ କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା । ସେହିଭଳି କାର୍ଯ୍ୟକ୍ରମରେ ବସୁନ୍ଧରା ଯୋଜନା ଏବଂ ଜଙ୍ଗଲ ଜମି ଅଧିକାର ଅଧୀନରେ ହିତାଧିକାରୀଙ୍କୁ ଜମି ପଟ୍ଟା ବଣ୍ଟନ କରାଯାଇଥିଲା । ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ ମୃତ ନିର୍ମାଣ ଶ୍ରମିକଙ୍କ ପରିବାରକୁ ସହାୟତା ରାଶି, ବିବାହ ସହାୟତା, ମାତୃକା ସହାୟତା ଆଦି ପ୍ରଦାନ କରାଯାଇଥିଲା । ଜିଲ୍ଲାରେ ଆୟୋଜିତ ସୁଭ୍ରଦା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା କୁଆରମୁଣ୍ଡା, ସଦର ଏବଂ ବାଲିଶଙ୍କରା ବ୍ଲକ ର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପୁରସ୍କୃତ କରାଯାଇଥିଲା । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧୀନରେ ଗୋ-ସମ୍ପଦ କାର୍ଯ୍ୟ ନିମନ୍ତେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଥିଲା । କୃଷି ବିଭାଗ ପକ୍ଷରୁ ଜିଆ ଖତ ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ସହାୟତା ପ୍ରଦାନ କରାଯାଇଥିଲା । ସେହିଭଳି ଚଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ୨୦୨୫ରେ ସୁନ୍ଦରଗଡ଼ ଜିଲ୍ଲାରେ ଇ୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା କୃତୀ ଛାତ୍ରଛାତ୍ରୀଙ୍କୁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ସ୍କଲାରସିପ ପ୍ରୋଗ୍ରାମ ଅଧୀନରେ ୪୦ ହଜାର ଟଙ୍କାର ସ୍କଲାରସିପ ରାଶି ପ୍ରଦାନ କରାଯାଇଥିଲା । ମାନସିକ ଅନଗ୍ରସର ଛାତ୍ରମାନଙ୍କୁ ଶିକ୍ଷଣୀୟ ସାମଗ୍ରୀ ପ୍ରଦାନ କରାଯାଇଥିଲା । ସେହିଭଳି ଭିଜନ ଓଡ଼ିଶା -୨୦୩୬ ଏବଂ ବିକଶିତ ଭାରତ ୨୦୪୭ ଶୀର୍ଷକ ନେଇ ଜିଲ୍ଲାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସେହିଭଳି ହିତାଧିକାରୀମାନଙ୍କୁ ମତ୍ସ୍ୟ ଚାଷ ନିମନ୍ତେ ସହାୟତା ରାଶି ପ୍ରଦାନ କରାଯାଇଥିଲା । ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ହିତାଧିକାରୀମାନଙ୍କୁ କାର୍ଡ ବଣ୍ଟନ କରାଯାଇଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ହିତାଧିକାରୀମାନଙ୍କୁ ୱିଲ ଚ୍ୟାର ପ୍ରଦାନ କରାଯାଇଥିଲା । ଏହି ବିକାଶ ମେଳା ବିଭିନ୍ନ ବିଭାଗର ସୂଚନା ଶିକ୍ଷା ଯୋଗାଯୋଗ ଷ୍ଟଲ ଗୁଡ଼ିକ ସ୍ଥାନିତ ହେବା ସହିତ ବିଭିନ୍ନ କୃଷି ଉପକରଣ ଆଦି ପ୍ରଦର୍ଶନ କରାଯାଇଅଛି । ଏହି ବିକାଶ ମେଳା ଜୁନ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅଭିମନ୍ୟୁ ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ଆଇ ଏ ଏସ ଶିକ୍ଷାନବିଷ ଫାବୀ ରସିଦ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଜନ ପ୍ରତିନିଧି, ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ଉପସ୍ଥିତ ରହିଥିଲେ । ସେହିଭଳି ସନ୍ଧ୍ୟାରେ ସ୍ଥାନୀୟ କଳାକାର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ ଆଦିବାସୀ ନୃତ୍ୟ, ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା ।

jittmm
Leave A Reply

Your email address will not be published.