om academy

ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ଵାରା ଆୟୋଜିତ ଶିକ୍ଷା ପର୍ବ ୨୦୨୧ ୱେବିନାର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

jsm

ଭୂବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ଵାରା ଆୟୋଜିତ ଶିକ୍ଷା ପର୍ବ ୨୦୨୧ୱେବିନାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦାରା ଉଦ୍‌ଘାଟିତ ହୋଇଯାଇଛି । କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଆଂଚଳିକ କାର୍ଯ୍ୟାଳୟ ଭୂବନେଶ୍ୱର ଅଧୀନସ୍ଥ ସମସ୍ତ ବିଦ୍ୟାଳୟରେ ଶିକ୍ଷକ ଓ କର୍ମଚାରୀ ଯୋଗ ଦେଇଛନ୍ତି । ଏହି ୱେବିନାର ୭ ତାରିଖରୁ ୧୭ ତାରିଖ ପର୍ୟ୍ୟନ୍ତ ଚାଲିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଶିକ୍ଷା ନୀତି ଉପରେ ଆଲୋକପାତ କରିଥିଲେ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ନୂଆ ଶିକ୍ଷା ନୀତି ସହିତ ଶିକ୍ଷକ, ଅଭିଭାବକ, ଶିକ୍ଷାବିତ ଓ ଅନ୍ୟ ସମସ୍ତଙ୍କୁ ଅବଗତ କରାଇବା ।

Leave A Reply

Your email address will not be published.