oom

ଘୁଷୁରାମୁଣ୍ଡାରେ ୧୬ତମ ଜିଲ୍ଲାସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ଘୁଷୁରାମୁଣ୍ଡା ଗ୍ରାମର ନେହେରୁ ସ୍ପୋଟିଂ କ୍ଲବ ଆନୁକୁଲ୍ୟରେ ୧୬ତମ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଦିବସରେ ମୁଖ୍ୟ ଅତିଥିଭାବେ ଗୁଡିଘାଟ ସରପଞ୍ଚଙ୍କ ପ୍ରତିନିଧି ତଥା ସମାଜସେବୀ ଗିରିଧାରୀ ମହାନନ୍ଦ, ସମ୍ମାନିତ ଅତିଥିଭାବେ ବାନ୍ଧୁପଲା ସରପଞ୍ଚ ପ୍ରିୟବ୍ରତ ପ୍ରଧାନୀ ଓ ସମାଜସେବୀ ତଥା ଯୁବ ସାମ୍ବାଦିକ ଗିରିଧାରୀ ସାହୁ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଆଜି ତା.୨୦/ ୧୨/୨୪ ଠାରୁ ଆରମ୍ଭ ହୋଇ ଆଗାମୀ ତା.୩୧/୧୨/୨୪ ପର୍ଯ୍ୟନ୍ତ ହେବାକୁଥିବା ଏହି ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାର ୧୬ଟି ଦଳ ଯୋଗଦେବେ । ଉଦ୍‌ଘାଟନୀ ମ୍ୟାଚର ପ୍ରଥମ ରାଉଣ୍ଡ ଖେଳରେ ରେଙ୍ଗାଳି ଦଳକୁ ଟ୍ରାଇବେକରରେ ହରାଇ ଚିକିନିବାହାଲି ଦଳ ବିଜୟୀ ହୋଇଥିଲା । ସେହିପରି ଦ୍ଵିତୀୟ ରାଉଣ୍ଡରେ ମଧ୍ୟ ସିଆଲଝୁଡୁଙ୍ଗି ଦଳକୁ ଟ୍ରାଇବେକରରେ ହରାଇ ଘନାମହୁଲ ଦଳ ବିଜୟୀ ହୋଇଥିଲା । ଖେଳ ପରିଚାଳନା ବୁଲୁ ମାଝୀ, ଲାଇନମ୍ୟାନ ରାଜେଶ ସ୍ଵାଇଁ ଓ ବିନୋଦ ପ୍ରଧାନୀ କରିଥିଲେ । ଆୟୋଜକ ନେହେରୁ ସ୍ପୋଟିଂ କ୍ଲବ୍ କମିଟିର ମ୍ୟାନେଜର ନରେଶ ସାହୁଙ୍କ ତତ୍ତ୍ଵାବଧାନରେ ସଭାପତି ମାମରାଜ ବାଗ, ସମ୍ପାଦକ ରାକେଶ ପୃଷ୍ଟି ,ସେବା ସାହୁ, ହଂସରାଜ ପରାଭୁଏ, ବନବିହାରୀ କାଣ୍ଡ, ବ‌ଇବ କାଣ୍ଡ, ସର୍ବ୍ଦାକର ବାଗ, ଜୟଦେବ ଭୋଇ, ଅଜୟ ଯାନୀ, ପିଣ୍ଟୁ ଭୋଇ, ସୁଶିଲ ବାଗ ପ୍ରମୁଖ ସହଯୋଗ କରିଥିଲେ । ପ୍ରଥମ ଦିନ ମ୍ୟାଚରେ ବହୁଳ ସଂଖ୍ୟାରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

jittmm
Leave A Reply

Your email address will not be published.