oom

ଚଚରାଭଟା ଗ୍ରାମରେ ମାଁ ଭଣ୍ଡାର ମାଉଳି କ୍ରିକେଟ୍ କପ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

jsmm

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚଚରାଭଟା ଗ୍ରାମରେ ମାଁ ଭଣ୍ଡାର ମାଉଳି କ୍ରିକେଟ୍ କପ୍ ଉଦ୍‌ଘାଟିତ ହୋଇଯାଇଛି । ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁଖ୍ୟ ଅତିଥି ଭାବରେ ଭରୁଆମୁଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ବିରଞ୍ଚି ଜଗତ ଯୋଗଦେଇ ଫିତାକାଟି ଶୁଭ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଭରୁଆମୁଣ୍ଡା ସମିତି ସଭ୍ୟ ଲୋକେଶ ମାଝି, ଭୀଷ୍ମରାଜ୍ ମେହେର, ମହେନ୍ଦ୍ର ମାଝି, କେଶବ ମାଝି, ଧନୁର୍ଯ୍ୟ ମାଳି, ଶୋଭାବନ ଛତ୍ରିଆ, ଲିଙ୍ଗରାଜ ଛତ୍ରିଆ, ଭଗତ ଛତ୍ରିଆ, ନୂର୍ଯ୍ର ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉଦ୍‌ଘାଟନୀ ମ୍ୟାଚରେ ସିନାପାଲି ବନାମ ବିଛନାପାଲି ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ବିଛନାପାଲି ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂର ନିଷ୍ପତି ନେଇଥିଲା ଓ ନିର୍ଦ୍ଧାରିତ ୧୬ ଓଭର୍‌ରେ ୬ ୱିକେଟ ହରାଇ ୧୪୧ ରନ୍‌ କରିଥିଲା ଏବଂ ତାହାର ଜବାବରେ ସିନାପାଲି ଦଳ ନିର୍ଦ୍ଧାରିତ ୧୬ ଓଭରେ ୯ ୱିକେଟ ହରାଇ ୧୦୪ ରନ୍‌ ସଂଗ୍ରହ କରି ପରାଜିତ ହୋଇଥିଲା । ପ୍ରକାଶ ପାତ୍ର, ଦାଦୁ ଖାଁ, ବିଜୁ ସେଠି ଓ ସୁଧୀର ସରାପ ଏହି କ୍ରିକେଟ ଖେଳର ଧାରାବିବରଣୀ କରିଥିବା ବେଳେ ରୋମାଞ୍ଚଳ ଭୋଇ ଓ ଯଦୁମଣି ନିଆଲ ଖେଳ ପରିଚାଳନା କରିଥିଲେ । ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଡିସେମ୍ବର ୩୦ ତାରିଖ ଦିନ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।

jittmm
Leave A Reply

Your email address will not be published.