
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୃଷୁଣ୍ଢି ଗ୍ରାମପଞ୍ଚାୟତର ବୈଠକ ଗୃହରେ କମ୍ୟୁନିଟି ରିସୋର୍ସପର୍ଶନ (ସି.ଆର.ପି) ଓ ଅଗ୍ରଣୀ ଚାଷୀ ମାନଙ୍କର ଦୁଇଦିନିଆଁ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ଲୋବାଲଗ୍ରିନର ସଂଯୋଜକ ବିଶ୍ଵେଷ କୁମାର ଶତପଥିଙ୍କ ସଂଯୋଜନାରେ ଅନୁଷ୍ଠିତ ତାଲିମ କାର୍ଯ୍ୟକ୍ରମରେ ବୀରମହାରାଜପୁର ବ୍ଲକ କୃଷି ଅଧିକାରୀ ଯଶୋବନ୍ତ ପଧାନ, ଚାଷୀ ବନ୍ଧୁ ଏଗ୍ରିକଲ୍ଚର ପ୍ରଡ୍ୟୁସର କଂପାନୀ ଲିମିଟେଡ୍ର ସି. ଇ. ଓ ସୁଧାଂଶୁ ଶେଖର ନାଗ ଉପସ୍ଥିତ ରହି ମାଣ୍ଡିଆ ଚାଷ ସଂପର୍କିତ ମଞ୍ଜି ଚୟନ, ମଞ୍ଜି ଉପଚାର, ରୋଗପୋକ ପରିଚାଳନା ଶୋଷକ କୀଟ ଓ ଖାଇବା ପୋକର ପରିଚିଳନା ଅମଳ ପ୍ରକ୍ରିୟା ଓ ବିକ୍ରିବଟା ଉପରେ ବିସ୍ତୃତ ଆଲୋଚନା କରିଥିଲେ ଅଞ୍ଚଳରେ ଥିବା ବିଭିନ୍ନ ପ୍ରକାରର ମାଣ୍ଡିଆ, ବାଜରା ଓ ସରଗମ ଚାଷ ଉପରେ ଅଧିକ ସଚେତନତା କରିଥିଲେ । ଏହି ଅଂଚଳର ଚାଷୀ ମାନଙ୍କ ପାଇଁ କାର୍ଯ୍ୟକରୁଥିବା ଦୁଇଟି ଅନୁଷ୍ଠାନ ଗ୍ଲୋବାଲଗ୍ରିନ୍ ଓ ଚାଷୀବନ୍ଧୁ ଏଗ୍ରିକଲ୍ଚର୍ ପ୍ରଡ୍ୟୁସର କଂପାନୀ ଲିମିଟେଡ୍ଙ୍କର ମେଣ୍ଡିଲିପାଲି ଓ ମଶିଣାପାଲିରେ ଥିବା କମୁନିଟି ହାଏରିଂ ସେଣ୍ଟରରୁ ବିଭିନ୍ନ ଚାଷ ସରଞ୍ଜାମ ଅଳ୍ପ ଭଡାରେ ପାଇ ପାରିବେ ଓ କମ୍ୟୁନିଟି ସିଡ୍ ସେଣ୍ଟର କରଘାଟରୁ ମାଣ୍ଡିଆ ବାଜରା ଓ ସରଗମ ମଞ୍ଜି ଚାଷ ପାଇଁ ପାଇପାରିବେ । ଏହି କାର୍ଯ୍ୟକ୍ରମରେ ସିଆର୍ପି ଭୈରବ ସାହୁ, ପ୍ରେମାନନ୍ଦ ନାଏକ, ମାନସ ନନ୍ଦ, ଖଗେଶ୍ଵର ପଧାନ, ପ୍ରଦୀପ ପଧାନ ପ୍ରମୁଖ ସହଯୋଗ କରିଥିବା ବେଳେ ରୁପାଞ୍ଜଳି କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ ।