centurian jitm

ପ୍ରଥମ ପଦ୍ମପୁର ପ୍ରିମିୟର ଲିଗ ୨୦୨୪ ଉଦ୍‌ଘାଟିତ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥାନୀୟ ରାଜବୋଡାସାମ୍ବର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ପ୍ରଥମ ପଦ୍ମପୁର ପ୍ରିମିୟର ଲିଗ ୨୦୨୪ ଉଦ୍‌ଘାଟିତ ହୋଇଯାଇଛି । ଟାଉନ୍‌ କ୍ଲବ ପଦ୍ମପୁର ତରଫରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ୍‌ ୮ଟି ଦଳ ଭିତରେ ଖେଳା ହେଉଥିବା ଏହି ପ୍ରିମିୟର ଲିଗ ୩ ଦିନ ଧରି ହେବାକୁଥିବା ବେଳେ ପ୍ରଥମ ଦିନରେ ଟାଉନ କ୍ଲବର ପୂର୍ବତନ ସଭାପତି ତଥା ପୂର୍ବତନ ନଗରପାଳ ଶିରୀଶ କୁମାର ବହିଦାର ଏବଂ କ୍ଲବର ପୂର୍ବତନ କୋଷଧ୍ୟକ୍ଷ ଗୋବିନ୍ଦ ଅଗ୍ରୱାଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖେଳକୁ ଉଦ୍‌ଘାଟିତ କରିଥିବା ବେଳେ ଅଞ୍ଚଳର ଖେଳାଳି ମାନେ ଏହି ପ୍ରକାର ଆୟୋଜନ ଦ୍ୱାରା ଉତ୍ସାହିତ ହୁଅନ୍ତୁ ଏବଂ କ୍ରୀଡା ଓ ଖେଳାଳି ଉଭୟଙ୍କର ବିକାଶ ହେଉ ବୋଲି ଉଭୟେ କହିବା ସହ ଖେଳୁଥିବା ସମସ୍ତ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ତେବେ ପ୍ରଥମ ଦିନରେ ମୋଟ ୪ଟି ଦଳ ଭିତରେ ଖେଳ ହୋଇଥିବା ବେଳେ ସମସ୍ତ ୬ଟି ମ୍ୟାଚ୍‌ ଲିଗ୍‌ ମ୍ୟାଚ୍‌ ଥିଲା । ତେବେ ଆସନ୍ତା ୨୪ ତାରିଖ ରବିବାର ଦିନ ହେବାକୁ ଥିବା ଫାଇନାଲ୍‌ ମ୍ୟାଚ୍‌ ଆଗରୁ ୨ଟି ଯାକ ସେମିଫାଇନାଲ ମଧ୍ୟ ସେହି ଗୋଟିଏ ଦିନରେ ହିଁ ହେବାକୁ ଥିବା ବେଳେ ପ୍ରଥମ ଦିନ ପରେ ଖେଳ ଜିତି ସମଲେଶ୍ୱରୀ ଲାୟନ୍ସ ଦଳ ଓ ଶେଖ ଫାଇଟର୍ସ ଦଳ ସେମିଫାଇନାଲକୁ ପ୍ରବେଶ କରିଛନ୍ତି । ତେବେ ଆଜି ମଧ୍ୟ ଦ୍ଵିତୀୟ ଦିନରେ ପୁଣି ୪ଟି ଦଳ ମଧ୍ୟରେ ୬ଟି ଲିଗ୍‌ ମ୍ୟାଚ୍‌ ହୋଇ ଆଉ ୨ଟି ଦଳ ସେମିଫାଇନାଲ ପାଇଁ ଚୟନ ହେବେ । ତେବେ ଏହି ମ୍ୟାଚ୍‌ ଉପଭୋଗ ପାଇଁ ବୋହୁ ସଂଖ୍ୟାରେ ଦର୍ଶକ ଓ ଖେଳ ପ୍ରେମୀଙ୍କ ଭିଡ଼ ଜମୁଛି ।

Leave A Reply

Your email address will not be published.

error: Content is protected !!