oom

ଗାନ୍ଧୀ ଷ୍ଟାଡିୟମ୍‌ ବଲାଙ୍ଗିରରେ ଓଡିଶା ବନାମ ବରୋଡା କୁଚ୍‌ ବେହାର ଟ୍ରଫି କ୍ରିକେଟ୍‌ ମ୍ୟାଚ୍‌ ଉଦ୍‌ଘାଟିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା କ୍ରିକେଟ୍‌ ଏସୋସିଏସନ୍‌ ଓ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିର ଆନୁକୁଲ୍ୟରେ ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ୍‌ରେ ଓଡିଶା ବନାମ ବରୋଡା କୁଚ୍‌ ବେହାର ଟ୍ରଫି କ୍ରିକେଟ୍‌ ମ୍ୟାଚ୍‌ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଓଡିଶାର ସ୍ୱାସ୍ଥ୍ୟମନ୍ତ୍ରୀ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ଓ ସମ୍ମାନିତ ଅତିଥି ରୂପେ ବଲାଙ୍ଗିର ଜିଲ୍ଲାପାଳ ଶିବାଜୀ ଗୌରବ ଇସଲୱାର ଯୋଗଦାନ କରି ଉଭୟ ଦଳର ଖେଳାଳିମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ଶୁଭ ମନାସିଥିଲେ । ଏ ଅବସରରେ ଅତିଥିମାନଙ୍କ ଗହଣରେ କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଶ୍ରୀକର ମିଶ୍ର, ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର ଓ ପ୍ରହଲ୍ଲାଦ ଶତପଥି, ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ, ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ ଓ ଶତୃଘ୍ନ ସିଂ, କୋଷାଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର, ଫୁଟବଲ ସଂପାଦକ ହେମନ୍ତ କୁମାର ବେହେରା, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା, କ୍ରିକେଟ ସଂପାଦକ ଓମ୍‌ ପ୍ରକାଶ ଚାନ୍ଦ, କ୍ରିକେଟ୍‌ କୋଚ୍‌ ଅରୁଣ କୁମାର ନାଏକ, କାଉନସିଲ ସଭ୍ୟ ଜୟରାମ ମିଶ୍ର, ଶିଶିର ବହିଦାର, ଦ୍ୱାରିକା ପଣ୍ଡା, ବରିଷ୍ଠ ସଭ୍ୟ ରମେଶ ଚନ୍ଦ୍ର ପୁରୋହିତ, ରମାକାନ୍ତ ସେଠ, ସୁଧିର ଚନ୍ଦ୍ର ପଣ୍ଡା ଓ ଓସିଏ ଅମ୍ପାୟାର ପୃଥ୍ୱୀରାଜ ମିଶ୍ର ଉପସ୍ଥିତ ଥିଲେ । ଆଜି ସକାଳେ ଟସ୍‌ ଜିଣି ବରୋଡା ଦଳ ପ୍ରଥମ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୪ ୱିକେଟ୍‌ ବିନିମୟରେ ୩୭୬ ରନ୍‌ ସଂଗ୍ରହ କରିଛି । ବରୋଡା ଦଳ ପକ୍ଷରୁ ନିତ୍ୟା ପାଣ୍ଡିଆ ସର୍ବାଧିକ ୧୭୯ ରନ୍‌ ଓ ବିଶ୍ୱାସ ପଟେଲ ୧୩୮ ରନ୍‌ ସଂଗ୍ରହ କରିଥିଲେ । ଓଡିଶା ଦଳ ତରଫରୁ ସଫଳ ବୋଲର ଭାବରେ ଅଭିଶେଷ ସିଂ, ସମ୍ବିଦ ବେଜ, ଏସ୍‌.ଟି. ଅହମଦ ଓ ପିୟୁସ ପାଣିଗ୍ରାହୀ ପ୍ରତ୍ୟେକ ଗୋଟିଏ ଲେଖାଏ ୱିକେଟ ନେଇଥିଲେ ।

jittmm
Leave A Reply

Your email address will not be published.