ପଦ୍ମପୁରରେ ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ମାଧ୍ୟମିକ ବିଦ୍ୟାଳୟ ପରିସର ମଧ୍ୟରେ ପ୍ରଥମ ପର୍ଯ୍ୟାୟ ତ୍ରିଦିବସୀୟ ଉଚ୍ଚ ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ପାଇକମାଲ ବ୍ଲକ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ସଭାରେ ସ୍କୁଲର ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଓ ସହ ବ୍ଲକ ଶିକ୍ଷା ଅଧିକାରୀ ରାମସିଂ ଭୋଇ ଉପସ୍ଥିତ ଥିଲେ । ଶିକ୍ଷକଙ୍କୁ ସମୟୋପଯୋଗୀ କରିବା ସହ ଉନ୍ନତ ମାନର ଶିକ୍ଷା ପ୍ରଦାନ ନିମନ୍ତେ ଉଦ୍ଦିଷ୍ଟ ଏହି ପ୍ରଶିକ୍ଷଣ ଶିବିରରେ ୪ ଜଣ ସାଧନକର୍ମୀ ଦଶରଥ କଲେତ, ଶେଷଦେବ ସାହୁ, ନରେନ୍ଦ୍ର ଜାଲ ଓ ଗୋବର୍ଦ୍ଧନ ବରିହା ପ୍ରଥମ ପର୍ଯ୍ୟାୟ ଶିବିରରେ ପ୍ରଶିକ୍ଷଣ ଦେବେ । ଏହି ଶିବିରରେ ରାଜବୋଡ଼ାସମ୍ବର୍ ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍କୁଲର ୫୦ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରଶିକ୍ଷଣ ନେଉଛନ୍ତି ।

Leave A Reply

Your email address will not be published.